Pratidin TV

Odisha's Digital News Platform

ମିଳୁନି ଭତ୍ତ ଟଙ୍କା ; ଦୃଷ୍ଟିହୀନ ବୃଦ୍ଧା ବାପା –ମାଙ୍କୁ ପର କରିଦେଲେ ୪ ପୁଅ ….

1 min read

ରାୟଗଡା ; ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ଗ୍ରାମର ଆଧିବାସୀ କଲୋନି ସାହିରେ ବସ ବାସ କରିଆସୁଥିବା (ଶ୍ରୀମା ଅଣଘକା), ନାମକ ଜଣେ ଦୁଷ୍ଟି ହୀନ ଆଦିବାସୀ ବୃଦ୍ଧ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇରହିଥିବା ବେଳେ , ମାଆ ବାପା ଙ୍କୁ ପର କରିଦେଇଛନ୍ତି ଚାରି ପୁଅ । ପାଖରେ ଥାଇ ମଧ୍ୟ ବୃଦ୍ଧା ମାଆ ଲାଛମି, ବାପା ଶ୍ରୀମା, ଙ୍କୁ ପଚାରୁନଥିବା ଗ୍ରାମ ବାସୀ ମାନେ କହିଛନ୍ତି।

ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ଓ ଖଣ୍ଡେ ଘର ପାଇଁ ବ୍ଲକ ପଞ୍ଚାୟତ ସରପଞ୍ଚ ନେତା ଅଫିସର ପ୍ରଶାସନ ପାଖରେ ବାରମ୍ବାର ଜଣେଇ ଥିଲେ ସୁଦ୍ଧା ତାଙ୍କୁ ସୁବିଧା ମିଳିନଥବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି।
ଅନ୍ୟ ପଟେ ନିଜର ଚାରି ପୁଅ ବୋହୁ କିମ୍ବା ନାତୀ ନାତୁଣୀ ଥାଇ ମଧ୍ୟ ବୃଦ୍ଧ ବୟସରେ ଅନ୍ତସନ୍ତ ହେଉଛନ୍ତି ୨ ଜଣ । ଯେବେ ଯାହା ମିଳିଲେ ଖାଆନ୍ତି ନହେଲେ ଭୋ ଉପାସରେ ରାତି ପାହିଯାଏ ବୋଲି କହିଛନ୍ତି ବୃଦ୍ଧା ଲାଛମି । କଣ ଆଜି ବାପା ମା ପୁଆ ମାନଙ୍କୁ ପାଳି ପୋଷି ବଡ କରିଥିଲେ ଏହି ଦିନ ଦେଖିବାକୁ । ବୃଦ୍ଧ ଶ୍ରୀମା ଦୃଷ୍ଟିବାଦ୍ଧିତ ହୋଇଥିବା ବେଳେ ପତ୍ନୀ ଲାଛମି ଖୁବ୍ କଷ୍ଟରେ ତାଙ୍କ ଦେଖା ଶୁଣା କରିଥାନ୍ତି । ବାର୍ଦ୍ଦକ୍ୟ ବୟସକୁ ପେଟର ଭୋକ ତା ସହ ପରିବାର କରିଦେଇଛି ପର । ଏଭଳି ଦୁଃଖକୁ ସହିନପାରି ଶେଷରେ ଗ୍ରାମବାସୀମାନେ ଗଣମାଧ୍ୟମକୁ ଡକାଇଥିଲେ ।

Advertisement

ଏହି ବିଷୟରେ ସୁନଖଣ୍ଡି ସରପଞ୍ଚ ଙ୍କୁ ପଚାରିବରୁ ମୋ ପାଖରେ ତାଙ୍କର କିଛି ଦିନ ତଳେ ଖବର ମିଳିଥିଲା,ପରେ ମୁଁ ତାଙ୍କ ଆଧାର କାର୍ଡ ନେଇ ବ୍ଳକ ଅଫିସ ଯାଇଥିଲି କିନ୍ତୁ ଆଧାର କାର୍ଡ ରେ ବୟସ କମି ଯାଇଥିବାରୁ ହୋଇ ପାରି ନାହିଁ ବୋଲି କହିଛନ୍ତି। ସରକାରଙ୍କୁ ଏହି ଦୁଷ୍ଟି ହୀନ ଅଧିବାସୀ ବୃଦ୍ଧା ଓ ନିରୀହ ବୁଢ଼ୀ ମାଆ ଙ୍କୁ ଦୁଷ୍ଟି ଦେଇ ଯଥା ଶୀଘ୍ର ଭତ୍ତା ଟଙ୍କା ସହ ଘର ଖଣ୍ଡେ ଦେବା ପାଇଁ ଗ୍ରାମ ବାସୀ ଙ୍ଅନୁରୋଧ କରିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *