ପେଟ ପାଇଁ ନାଟ ; କିଏ ଶୁଣିବ ଗରୀବ ଦୃଷ୍ଟିବାଧିତା ସାନ୍ତନୁର ଦୁଃଖ…..
1 min readବଲାଙ୍ଗୀର ; ଏତେ ବଡ ଦୁନିଆରେ ଏକୁଟିଆ ସାନ୍ତନୁ ମିର୍ଦ୍ଧା , ଆପଣାର ବୋଲି କେହି ନାହିଁ । ତଥାପି ଥକିନି ତା ପାଦ , ହାର ମାନିନି ଦୁଇ ହାତ । ଆଖି ସିନା ଭଗବାନ ପିଲାଟି ଦିନରୁ ଛଡାଇ ନେଇଛନ୍ତି । କିନ୍ତୁ ବଞ୍ଚିବାର ଇଛାଶକ୍ତି ଦୃଢଇଛା ଶକ୍ତି ଆଜିବି ସାନ୍ତନୁ ମନରେ ଅନେକ କଳାକୁ ପ୍ରସ୍ପୁଟିତ କରିଛି ।
ଆଜିର ଦୁନିଆରେ ହାତ ଗୋଡ ଥାଇ ମଧ୍ୟ ଲୋକମାନେ ଘରେ ବସି ଖାଇବାକୁ ଇଛା କରୁଛନ୍ତି । କିନ୍ତୁ ଏହି ଦୃଷ୍ଟିବାଧିତା ଭିନ୍ନକ୍ଷମ ସାନ୍ତନୁ କାହା ଆଗରେ ହାତ ନପାତି ନିଜ ପାଇଁ ଏକ ବିକଳ୍ପ ବାଛିନେଇଛନ୍ତି । ଟିଣଡବାକୁ ବନାଇଛନ୍ତି ନିଜ ସାହାରା । ଟିଣ ଡବାରେ ସୁନ୍ଦର ବାଜା ବଜାନ୍ତି ସାନ୍ତନୁ । ଏହାକୁ ବଜାଇ ଭିକ୍ଷା ମାଗନ୍ତି, ଯିଏ ଯାହା ଦେଲା ତାହା ହିଁ ତାଙ୍କ ଜୀବନ ଧାରକ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ କାର୍ୟ୍ୟାଳୟ ପାଖରେ ତାଙ୍କ ଘର । ଅଥଚ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ସେ ବଂଚିତ।
ଗାଁ ଗାଁ ସହର ସହର ବୁଲି ଟିଣ ବାଡେ଼ଇ ଭିକ୍ଷା ମାଗନ୍ତି ସାନ୍ତନୁ । ପିଲା ଦିନରୁ ଆଖିକୁ ଦେଖାଯାଏନି, ଆଶା ବାଡ଼ି ଠକ୍ ଠକ୍ କରି ବାଟ ଚାଲନ୍ତି । କିନ୍ତୁ ଦିବ୍ୟାଙ୍ଗ ଭତ୍ତା ତାଙ୍କ ପାଇଁ ସାତ ସପନ । ତଥାପି ସାନ୍ତନୁଙ୍କ କାହା ପ୍ରତି ଅଭିଯୋଗ ନାହିଁ । ସୁନ୍ଦର ତାଳ ଦେଇ ଟିଣ ଡବାରେ ବାଜା ବଜାନ୍ତି, ଗୀତ ଗାଆନ୍ତି । ଯିଏ ଯାହା ଦେଲା, ସେଥିରେ ସେ ଚଳନ୍ତି ।କିନ୍ତୁ କେତେଦିନ ? ଦୃଷ୍ଟିବାଧିତା ଭିନ୍ନକ୍ଷମଙ୍କ ପାଇଁ ସରକାର କାହିଁ କେତେ ଯୋଜନା କରୁଥିଲେ ମଧ୍ୟ ସାନ୍ତନୁଙ୍କ କ୍ଷେତ୍ରରେ ସବୁ ଫେଲ ମାରିଛି । ଦେଖିବା ବାକି ରହିଲା ଯେ କେବେ ସାନ୍ତନୁଙ୍କୁ ପ୍ରଶାସନର ସାହାର୍ଯ୍ୟ ମିଳୁଛି ।