Pratidin TV

Odisha's Digital News Platform

ସାବଧାନ ବାତ୍ୟା ପାଇଁ ଫାଇଦା ଉଠାଉଛନ୍ତି ବ୍ୟବସାୟୀ , ଗ୍ୟାସ୍ ସିଲିଣ୍ଡର୍ ଏଜେନ୍ସି ଉପରେ ବ୍ଲକ୍ ପ୍ରଶାସନର ରେଡ୍

1 min read

ଖୋର୍ଦ୍ଧା : ଆଜି ବାଲିପାଟଣା ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ୟାସ୍ ସିଲିଣ୍ଡର୍ ଏଜେନ୍ସି ଉପରେ ଚଢାଉ କରାଯାଇଛି ।ବନମାଳିପୁର ସ୍ଥିତ ବଜରଙ୍ଗ ବାଲି ଗ୍ୟାସ୍ ଏଜେସିଂ ବାତ୍ୟା ପାଇଁ ଗ୍ୟାସ୍ ସିଲିଣ୍ଡର୍ ଚଢା ଦର୍ ରେ ବିକିବା , ୧୪ ଲିଟର୍ ବୁକିଂ କଲେ ୫ ଲିଟିର୍ ଥିବା ସିଲିଣ୍ଡର୍ ବାଧ୍ୟ କରି ବିକିବା ନେଇ ଲୋକ ମାନେ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା, ବିଡିଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନି, ତହସିଲଦାର୍ କଳ୍ପନା ଦାସ, ପୋଲିସ୍ ଏ ଏସ୍ ଆଇ କିଶୋର କୁମାର ପାଢ଼ୀ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୁଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *