Pratidin TV

Odisha's Digital News Platform

ମୁଁ ହିନ୍ଦୁ ମୁଁ ଗୋମାଂସ କେବେମଧ୍ୟ ଖାଇନାହିଁ- କାମିୟା ଜାନୀ……

1 min read

ଭୁବନେଶ୍ୱର ; ୟୁ-ଟ୍ୟୁବର କାମିଆ ଜାନିଙ୍କୁ ନେଇ ଓଡିଶାରେ ଉଠିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କାମିଆ ଜାନି । ସେ ନିଜର ଏକ ଭିଡିଓ ସହ ସବୁ ପ୍ରମାଣ ମଧ୍ୟ ଦେଖାଇଛନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି କାମିଆ , ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ତାଙ୍କ ବ୍ଲଗିଂ ଭିଡିଓରୁ କିଛି ପାର୍ଟ କାଟି ସୋସିଆଲ ଅପପ୍ରଚାର କରୁଛନ୍ତି । ମୁଁ ସୁଦ୍ଧ ହିନ୍ଧୁ ମୁଁ କେବେବି ଗୋ ମାଂସ ଖାଇନାହିଁ ।

ଭାରତର ସବୁ ତୀର୍ଥ ସ୍ଥାନ ବୁଲି ବୁଲି ମୋ ଲୋକମାନଙ୍କ ପାଖରେ ତା ଐତିହ୍ୟ ପହଞ୍ଚାଇଥାଏ । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବା ମୋର ଲକ୍ଷ । ମୁଁ କେରଳରେ ବଲ୍ଗିଂ କରୁଥିବା ସମୟରେ ଏକ ରେଷ୍ଟୁରାଣ୍ଟ ଯାଇଥିଲି ସେଠାରେ ସବୁ ପ୍ରକାରର ମାଂସ ମିଲୁଥିଲା ତା ସହ ସାଧା ମଧ୍ୟ ମୁଁ କେବଳ ସାଧା ଖାଇଛି ଆଉ ତା ବିଲ୍ ମଧ୍ୟ ବ୍ଲଗିଂରେ ଅପଲୋଡ୍ କରିଥିଲେ।

ନିକଟରେ ମୁଁ ଜଗନ୍ନଥ ପୁରୀ ମନ୍ଦିରକ କଳା,ସଂସ୍କୁତି ଆଉ ଅନ୍ୟାନ ଜିନିଷକୁ ବିସ୍ତାର ରୂପରେ ଦେଖାଇଥିଲି ତାପରେ ମୋତେ ଟାର୍ଗେଟ କରିବା ଆରମ୍ଭ ହୋଇଥିଲା ।ଏମିତିକି ମୋ ନାଁରେ ଅଭିଯୋଗ ମଧ୍ୟ କରାଯାଇଛି । ମୁଁ ହିନ୍ଦୁ ଧର୍ମକୁ ଠେସ୍ ପହଞ୍ଚାଇଲା ଭଳିଆ କୌଣସି କାର୍ଯ୍ୟ କରିନାହିଁ ।

Leave a Reply

Your email address will not be published. Required fields are marked *