Pratidin TV

Odisha's Digital News Platform

ଏ ରକ୍ତ ନା ପାଣି ! ନଦୀର ରଙ୍ଗ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, କାହିଁକି ଏହାର ରଙ୍ଗ ଏମିତି? 

1 min read

ବହୁଛି ରକ୍ତର ନଦୀ | ନଦୀରେ ଚାଲୁଚି ରକ୍ତର ପାଣି | ଦେଖିଲେ ଯେମିତି ଲାଗୁଛି ପାଣି ନୁହେଁ ରକ୍ତ ବୋହୁଛି | ତେବେ କୁହାଯାଏ ଦୁନିଆରେ ଏପରି ବହୁତ ଜିନିଷ ଅଛି ଯାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ | ତେବେ ଏପରି ଆଶ୍ଚର୍ଯ୍ୟ କଲା ପରି ଜଙ୍ଗଲ, ପାହାଡ଼ ଦେଖିଥିବେ କିନ୍ତୁ ନଦୀ ବିଷୟରେ ଶ୍ୱଶୁଣିଛନ୍ତି | ଯେଉଁ ନଦୀରେ ବହୁଛି ଲାଲ ପାଣି |

ସୂଚନା ରହିଛି, ରକ୍ତ ପରି ଲାଲ ଏହି ନଦୀଟି ସାଇବେରିଆରେ ଅଛି | ସାଇବେରିଆର ଲରେନ୍ସ ଅଞ୍ଚଳରେ ପ୍ରବାହିତ ହେଉଛି | ଯେଉଁ ନଦୀର ନାଁ ରହିଛି ଦଲଦୀକନ୍ନ | ତେବେ ଏହି ନଦୀର ପାଣି ନାଲି କାହିଁକି ? ଏହାର କାରଣ ଜାଣିବା ପାଇଁ ରୁଷିଆ ସରକାର ଏବେ ମଧ୍ୟ ତଦନ୍ତ କରୁଛନ୍ତି | ସେମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କି ଦେହି ନଦୀର ପାଣି କଣ ପାଇଁ ଲାଲ |

Advertisement

ସୂଚନା ଅନୁଯାୟୀ ଲରେନ ଅଞ୍ଚଳର ଲୋକମାନେ ୨0୧୬ ସେପ୍ଟେମ୍ବର ମାସରେ ଦଲଦୀକନ୍ନ ନଦୀକୁ ଲାଲ ହେବାର ଦେଖିଥିଲେ | ପରେ ଏହାର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ | ଯେବେ ଏହି ନଦୀର ତଦନ୍ତ କରାଗଲା ଜଣାପଡ଼ିଲା କି ପାଖରେ ଥିବା ଏକ ନିକେଲ କାରଖାନାରୁ ମଇଳା ଆସି ଏହି ନଦୀ ପାଣିକୁ ଦୂଷିତ କରୁଛି | ଏହାପରେ ରୁଷ ପ୍ରାକୃତିକ ସଂଶୋଧନ ପରିବେଶ ମନ୍ତ୍ରୀ କହିଥିଲେ କରାଖାନାର କିଛି ପାଇପ ଫାଟି ଏହି ରାସୟାନିକ ମଇଳା ନଦୀରେ ମିଶିବାରୁ ଏପରି ହୋଇଛି | ଯେଉଁଥିପାଇଁ ପାଣି ଲାଲ ହୋଇଯାଇଛି |

କିନ୍ତୁ କାରଖାନା କର୍ତ୍ତୃପକ୍ଷ ଏହାକୁ ନ ମାନି ବରଂ କହିଛନ୍ତି ଏହି ନଦୀ ପୁଣି ପୂର୍ବ ଅବସ୍ଥାକୁ ଫେରୁଛି | ତେବେ ଏହାକୁ ନେଇ ତଦନ୍ତକାରୀ ଦଳ ବର୍ତ୍ତମାନ ତଦନ୍ତ କରୁଛନ୍ତି | ଯାହାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ |

Leave a Reply

Your email address will not be published. Required fields are marked *