Pratidin TV

Odisha's Digital News Platform

BMC କମିଶନରଙ୍କ କଡା ନିର୍ଦ୍ଦେଶ ; ଏଣିକି ବିଳମ୍ବରେ ଆସିଲେ କଟିବ ଦରମା ।

ନିଜ କାମରେ ଅବହେଳା କରୁଛନ୍ତି ବିଏମସି କର୍ମଚାରୀ । ୧୦ ଟା ରେ ଅଫିସରେ ପହଞ୍ଚିବା ବଦଳରେ ଆସୁଛନ୍ତି ମନଇଛା । ୧୦ ରୁ ୫ ଟା ଅଫିସ ସମୟ ମଧ୍ୟରେ ଚା ଘଟି ସହ ମଧ୍ୟାହ୍ନ ଭୋଜନ ସମୟରେ ସମୟ ନଷ୍ଟ କରୁଛନ୍ତି । ଆଉ ଠିକ୍ ୫ ଟା ବାଜିଲେ ଅଫିସ୍ ଛୁଟି । ଏସବୁ ଯେ।ଗୁ ବିଏମସିର କାର୍ଯ୍ୟରେ ବାଧା ଉପୁଜୁଛି ବା ଅନେକ୍ କାମ ପଡିରହୁଛି ।

ଏନେଇ ବୁଧବାର ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କର୍ମଚାରୀଙ୍କୁ ସାବାଡ୍ କରିବା ପାଇଁ ନିୟମକୁ କଡାକଡି କରିଛନ୍ତି ।

ଏଣିକି ଯେଉଁ କର୍ମଚାରୀ ୧୦.୩୦ ପରେ ଅଫିସ୍‌ରେ ପହଞ୍ଚିବେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅ।ଯିବ । ଆଉ ଯଦି ସେମାନେ ଏପରି ୨ରୁ ଅଧିକ ଦିନ ବିଳମ୍ବରେ ଆସନ୍ତି । ତେବେ ସେହି କର୍ମଚାରୀଙ୍କ ସିଏଲ୍ କଟାଯିବ । ଅ।ଉ ୧୦ ରୁ ଅଧିକ ବିଳମ୍ବ ହେଲେ ଚାକିରୀରେ ବାଜିବ ନାଲିଗାର ।

Leave a Reply

Your email address will not be published. Required fields are marked *