Pratidin TV

Odisha's Digital News Platform

ଆକ୍ସନ ମୋଡରେ ବିଏମସି, କାନ୍ଥବାଡ ,ବିଦ୍ୟୁତଖୁଣ୍ଟରେ TO-LET ଲେଖିଲେ ଗଣିବେ ମୋଟା ଅଙ୍କର ତଣ୍ଡ..

1 min read

ରାଜଧାନୀବାସୀଙ୍କୁ ସର୍ତକ କଲା ବିଏମସି । ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲା ଚେତାବନୀ । କାନ୍ଥବାଡ କିମ୍ବା ବିଦ୍ୟୁତ ଖୁଣ୍ଟରେ ଟୁ-ଲେଟ ଲେଖୁଛନ୍ତି ଯଦି ତେବେ ହୋଇ ଯାଆନ୍ତୁ ସାବଧାନ! ଆପଣମାନେ ଦେଖୁଥିବେ ଲୋକେ ତାଙ୍କ ସୁବିଧା ପାଇଁ କିମ୍ବା ନିଜ କାର୍ଯ୍ୟକୁ ହାଇଲାଟ କରିବା ପାଇଁ ଅନେକ ପୋଷ୍ଟର ରାସ୍ତା ଘାଟ ଦୋକାନ ଘର ଚାରିଆଡେ ଲଗାଇ ଦେଉଛନ୍ତି ।

କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ  ସଚେତନ କରିଥିଲା। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି । ସଫାସୁତୁରା ଯାଗାକୁ ଅଳିଆ କରିବା ସହ ଅନେକ ସମୟରେ ଏହି ପନ୍ଥା ଅବଲମ୍ବନ କରି ଅନ୍ୟ ଲୋକଙ୍କୁ ସମସ୍ୟାରେ ପକାଉଛନ୍ତି । ଏସବୁ ଦେଖି ଆକ୍ସନ ମୋଡକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ । ସହରରେ କାନ୍ଥବାଡ଼ ଏବଂ ବିଦ୍ୟୁତ୍ ଖୁଣ୍ଟରେ TO-LET ବିଜ୍ଞାପନ ଲଗାଇଥିବା ଲୋକଙ୍କ ବିରୋଧରେ ନେବ ବଡ ଆକ୍ସନ । ଯଦିସ ଏହିସବୁ କାମ କରୁଥିବା ଲୋକଙ୍କ ଧରାଯାଏ କିମ୍ବା TO-LET ଲେଖୁଥିବା ଲୋକଙ୍କ ଦେଖାଯିବ ତେବେ ହଜାରେ ନୁହେଁ କି ୨ ହଜାର ନୁହଁ ୩ ଜଣଙ୍କ ଠାରୁ ତାଙ୍କ ଠାରୁ ୫୦ ହଜାର ଟଙ୍କା ଲେଖାଏ ଫାଇନ କରି ।


ଚେତାବନୀ ଦେବା ସହ ବିମଏସି ତା କାମ ମଧ୍ୟ ଆରମ୍ଭ କରି ଦେଇଛି । ବିଦ୍ୟୁତ ଖୁଣ୍ଟ ଓ କାନ୍ଥବାଡରେ କିଛି ଟା TO-LET ଲେଖାଥିବା ପୋଷ୍ଟର ଦେଖି ତା ଉପରେ ୫୦ ହଜାର ଟଙ୍କା ଫାଇନ ପକାଇଛି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି। ତେବେ ବିଏମସି କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି । କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମ୍‌ସି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *