Pratidin TV

Odisha's Digital News Platform

ସଫେଇ କର୍ମଚାରୀଙ୍କ ଦାବି ଶୁଣିଲେ BMC ମେୟର , ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା ।

ଭୁବନେଶ୍ୱର ; ବନ୍ଦ ହେଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ନିଜର ଭିନ୍ନଭିନ୍ନ ଦାବିକୁ ନେଇ ୨ ଦିନ ହେବ ଆନ୍ଦୋଳନ କରିଆସୁଥିବା ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ। ତେବେ ପରିସ୍ଥିତି ଜଟିଳ ହେବାରୁ ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ଶେଷରେ ଆସନ୍ତା ୩ ଦିନ ଭିତରେ ସବୁ ସଫେଇ କର୍ମଚାରୀମାନଙ୍କର ଦରମା ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ।

ତେବେ ଆଜି ସଂଧ୍ୟାଠାରୁ ସଫେଇ କର୍ମଚାରୀ ସଫେଇ କାମରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ୧୫ ଦିନ ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ଅଳିଆ ବାଛିବା ପାଇଁ ସହଯୋଗ କରିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି। ତେବେ ସଫେଇ କର୍ମଚାରୀମାନେ ନିଷ୍ପତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *