Pratidin TV

Odisha's Digital News Platform

(ଭିଡିଓ)ବାତ୍ୟା ପାଇଁ ସର୍ମ୍ପୂର୍ଣ୍ଣ ପ୍ରସ୍ତୁତ BMC , ଖୋଲିଲା ୨୪ ଘଣ୍ଟିଆ ..

1 min read

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷର ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବ କୁ ବିଏମସ ବୈଠକରେ ନିଷ୍ପତ୍ତି ହୋଇଛି। ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ।ହେଡ୍ କ୍ୱାଟର୍ସ ଛାଡି ଯାଇପାରିବେନି ବିଏମସି କର୍ମଚାରୀ।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ କାଳରେ ପୁନରୁଦ୍ଧାର ଓ ଥଇଥାନ ଉପରେ ନଜର ରଖାଯିବ।ଖାଲୁଆ ଅଞ୍ଚଳରେ କିଭଳି ପାଣି ଜମିବ ନାହିଁ ଏବଂ ନିଷ୍କାସନ କିଭଳି ତୁରନ୍ତ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ। ସ୍କୁଲ ଘର ଇ କଲ୍ୟାଣ ମଣ୍ଡପ ଵ୍ରର ଆଶ୍ରୟ ସ୍ଥଳୀ କରଜୀବ। ସ୍ୱଖିଲ ଖାଦ୍ୟ ମହଜୁଦ ରଖାଯିବ। ବିଦ୍ୟୁତ , Watco, ଅଗ୍ନିଶମ ବିଭାଗ ସହ ସାମାନ୍ୟ କରି କାମ କରାଯିବ। ଅଧିକ ସଂଖ୍ୟକ ଗଛ କଟା ମେସିନ୍‌, ଆସ୍କା ଲାଇଟ୍ , ଯେନେରଟେର, ଜେସିବିରଖାଯିବ ଜଳ ନିଷ୍କାସନ ପାଇଁ ବଡ ଡ୍ରଇଂ ସଫେଇ କରଜୀବ।

ଏନେଇ ପୁଣି ୱାଡ୍ ସ୍ତରୀୟ ବୈଠକ କରାଯିବ। ଅବଶ୍ୟକ ପଡିଲେ ସିପଟିଙ୍ଗ୍ ପାଇଁ ଅଧିକ ଗାଡି ଆଲର୍ଟ ରେ ରଖାଯିବ।ସମ୍ବେଦନଶୀଳ ତଥା ବିପଦଶଙ୍କୁଳ ଅବସ୍ଥାରେ ଥିବା କିଛି ସ୍ଥାନକୁ ଚିହ୍ନଟ କରି ସେଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସେଥିପାଇଁ ନିର୍ଦେଶ ଦିଆଯାଇଛି। କର୍ପୋରେଟର, ୱାର୍ଡ କମିଟି, ପୂର୍ତ୍ତ ବିଭାଗ, ଡ୍ରେନେଜ, ଜାତୀୟ ରାଜପଥ ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *