Pratidin TV

Odisha's Digital News Platform

୨ ଦିନ ହେବ ରାଜଧାନୀ ରାଜରାସ୍ତାରେ ଭୋକ ଉପାସରେ ସଫେଇ କର୍ମଚାରୀ , ଶୁଣୁନି ପ୍ରଶାସନ….

ଭୁବନେଶ୍ୱର ; ଦୀର୍ଘ ୨ ଦିନ ଧରି ଭୋକ ଉପାସରେ ରାଜରାସ୍ତାରେ ପଡିରହିଛନ୍ତି ସଫେଇ କର୍ମଚାରୀ । ନିଜ ହାତରେ ସହରକୁ ସଫା ସୁନ୍ଦର କରି ଗଢିତୋଳିଦେଉଥିବା ସଫେଇ କର୍ମଚାରୀ ରାଜମହଲ ଝକରେ ଝାଡୁ ଛାଡ ଆନ୍ଦୋଳନରେ ବସିଛନ୍ତି । ସହରକୁ ଚିକ୍ ଚିକ୍ କରି ସଫ ସୁତୁରା କରୁଥିବା ଶ୍ରମିକଙ୍କ ଦରମା କଣ ମାତ୍ର ୯ ହଜାର ।

ଆଜିର ମହଙ୍ଗା ଦୁନିଆରେ ୯ହଜାରରେ କେତେ ଜଣଙ୍କ ପେଟଚଳେ ତାହା କଣ ଜାଣିନି ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ସଫେଇ କର୍ମଚାରୀ । ଦିନ ରାତି ପରିଶ୍ରମ କରି ସବୁ ଅଳିଆ ସଫା କରୁଛୁ ତା ପ୍ରତିବଦଳରେ ମିଳୁଛି କଣ ? ତା ସହ ବଡ ବଡ ଅଫିସର ବାବୁ ମାନେ ଆମକୁ ଧମକ ଦେଉଛନ୍ତି ଗାଳି କରୁଛନ୍ତି ସବୁ ସହିଯାଉଛୁ । ଆମ ଦରମାକୁ ୧୫ ହଜାର କରାଯାଉ ବୋଲି ଦାବି କରିଛନ୍ତି ସଫେଇ କର୍ମଚାରୀ ।

ଅନ୍ୟପଟେ ଏମାନଙ୍କ ଆନ୍ଦୋଳନ ଯୋଗୁ ଭୁବନେଶ୍ୱରର ୫୫ଟି ୱାର୍ଡ ପ୍ରଭାବିତ ହୋଇଛି । ଦାବି ପୂରଣ ନହେଲେ ରାସ୍ତାରେ ଅଳିଆ ପକାଇବେ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି । ପ୍ରତି ୱାର୍ଡରେ ଥିବା ଅଳିଆ ଉଠାଇବେ ନାହିଁ ବୋଲି କହିଛନ୍ତି । ଗତକାଲି ପ୍ରାୟ ୧ ଘଂଟା ଧରି ସଫେଇ କର୍ମଚାରୀମାନେ ରାଜମହଲ ଓଭରବ୍ରିଜ୍ ତଳେ ବସିଥିଲେ । ଏହା ପରେ ମେୟର ସୁଲୋଚନା ଦାସ ବୈଠକ ପାଇଁ ଡାକିଥିଲେ । ଏକ ଘଂଟା କାଳ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

Leave a Reply

Your email address will not be published. Required fields are marked *