Pratidin TV

Odisha's Digital News Platform

ଏବେ ବୋର୍ଡ ପରୀକ୍ଷାରେ ଫେଲ ହେଲେ ମଧ୍ୟ ଜାରି ରହିବ ରେଗୁଲାର ପଢା…..ଏମିତି କିଛି ଯୋଜନା ଆଣିଲେ ଶିକ୍ଷା ମନ୍ତ୍ରାଳୟ

1 min read

ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖୁସି ଖବର | ବର୍ତ୍ତମାନ ଫେଲ ହେଲେ ମଧ୍ୟ ଛାତ୍ରଛାତ୍ରୀ ପାଇବେ ପୁନର୍ବାର ବିଦ୍ୟାଳୟରେ ଆଡ଼ମିଶନ | ଏବଂ କରାଯିବ ରେଗୁଲାର ଛାତ୍ରଛାତ୍ରୀ ଭାବରେ ବିବେଚନା | ସେମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ସେମାନେ ରେଗୁଲାର ଛାତ୍ରଛାତ୍ରୀଙ୍କ ପରି କ୍ଲାସରେ ପଢିପାରିବେ | ଏପରି କିଛି ନିୟମ ଆଣିବାକୁ ଯାଉଛନ୍ତି ଶିକ୍ଷା ମନ୍ତ୍ରାଳୟ |

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିକ୍ଷା ମନ୍ତ୍ରାଳୟ ଖୁବ ଶୀଘ୍ର ଏହି ନିୟମ ଆଣିପାରେ ଏବଂ ଏହି ନିୟମ ସମସ୍ତ ରାଜ୍ୟ ପାଇଁ ହେବ | ଏହି ଅଧୀନରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନେ କେବଳ ନିୟମିତ ଛାତ୍ରଛାତ୍ରୀ ଭାବରେ ବିଦ୍ୟାଳୟରେ ଆଡ଼ମିଶନ ପାଇବେ | ଏବଂ ସେମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ପରି ସୁବିଧା ପାଇବେ | ତେବେ ଏହି ନିୟମର ସବୁଠାରୁ ଭଲ କଥା ହେଉଛି କି ଯଦି ପ୍ରଥମ ଥର ଫେଲ ହୋଇଥିବା ପିଲା ୨ୟ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ ହେଉଛି ତେବେ ତା ପ୍ରମାଣ ପତ୍ରରେ ଫେଲ ବିଷୟରେ କିଛି ଉଲ୍ଲେଖ ହେବ ନାହିଁ |

Advertisement

ତେବେ ଏପରି ଯୋଜନା ଆଣିବାର ମୂଳ କାରଣ ହେଉଛି, ରିପୋର୍ଟ ଅନୁସାରେ ପ୍ରକାଶ ଯେ ପ୍ରତି ବର୍ଷ ଦଶମ କିମ୍ବା ଦ୍ୱାଦଶରେ ଫେଲ ହୋଇ ପ୍ରାୟ ୪୬ ଲକ୍ଷ ପିଲା ଅଧାରୁ ପଢା ଛାଡି ଦେଇଥାନ୍ତି । ୨୦୨୨ରେ ପାଖା ପାଖି ୫୫ ପ୍ରତିଶତ ପିଲା ଫେଲ ହେବା ପରେ ପଢା ଛାଡି କୌଣସି ଅନ୍ୟ କୋର୍ସରେ ମଧ୍ୟ ନାମ ଲେଖାଇ ନଥିଲେ । ଏହା ଦ୍ୱାରା ଦେଶରେ ଶିିକ୍ଷିତ ଯୁବବର୍ଗର ଅଭାବ ଦେଖା ଦେଉଛି । ସେଥିପାଇଁ ଏପରି ନିୟମ ଆଣିବାର ଯୋଜନା ରଖିଛି ଶିକ୍ଷା ମନ୍ତ୍ରାଳୟ |

Leave a Reply

Your email address will not be published. Required fields are marked *