Pratidin TV

Odisha's Digital News Platform

ଏଣିକି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା ..

1 min read

ଭୁବନେଶ୍ୱର : ଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ପୁଣି ପୁରୁଣା ପଦ୍ଧତିରେ ହେବ ପରୀକ୍ଷା । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ ।

ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ହେଲେ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ହେବ ।ଏନେଇ ଆଜି ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Advertisement

କୋଭିଡ୍ ସମୟରେ ସମେଟିଭ୍ ବ୍ୟବସ୍ଥା କରାଯାଇଥିଲା । ଏବେ ପୁଣି କୋଭିଡ୍ ପରେ ପରୁଣା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି । ସେହିଭଳି ବୋ ପକ୍ଷରୁ ଆଉ ଏକ ପରିବର୍ତ୍ତନ କରାଯାଇଛି ।ନବମ ଶ୍ରେଣୀରେ ହେଉଥିବା ଦୁଇଟି ସମ୍ମେଟିଭ୍ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀରେ ଆଉ ସମ୍ମେଟିଭ୍ ପରୀକ୍ଷା ହେବନାହିଁ। କେବଳ ବାର୍ଷିକ ପରୀକ୍ଷା ହେବ। ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ।

Leave a Reply

Your email address will not be published. Required fields are marked *