Pratidin TV

Odisha's Digital News Platform

କାଳ ହେଲା ମାଛଧରିବା : ବଡବାପାଙ୍କ ମୃତ୍ୟୁ ଖବର ଶୁଣି ଫେରୁଥିଲେ , ମଝି ସମୁଦ୍ରରେ ଓଲଟିପଡିଲା ଡଙ୍ଗା

1 min read

ବାଲେଶ୍ଵର : ବାଲେଶ୍ୱରରେ ଅଘଟଣ । ମଝି ସମୁଦ୍ରରେ ଡଙ୍ଗା ବୁଡି ଆଖିବୁଜିଲେ ଯୁବକ । ବଡବାପାଙ୍କ ମୃତ୍ୟୁ ଖବର ପାଇଁ କୂଳକୁ ଫେରୁଥିଲେ ହେଲେ ସମୁଦ୍ର ମଝିରେ ହିଁ ବୁଡିଗଲା ଡଙ୍ଗା ।

ଖବର ଅନୁଯାୟୀ ଶନିବାର ରାତି ପ୍ରାୟ ୨ ଟା ସମୟରେ ବାଲେଶ୍ଵର କଷାଫଳ ମୁହାଣରୁ କାଳିପଦ ମାନା ଓ ତାଙ୍କର ୬ ଜଣ ମତ୍ସ୍ୟଜୀବୀ ସାଥୀ ମାଛ ଧରିବାକୁ ନୀଳ ସମୁଦ୍ରକୁ ଯାଇଥିଲେ । କିନ୍ତୁ ରବିବାର ଭୋର ଭୋରୁ କାଳିପଦା ନିଜ ବଡ ବାପାଙ୍କ ମୃତ୍ୟୁଖବର ଶୁଣି କୂଳକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା । ହଠାତ୍ ମଝି ସମୁଦ୍ରରେ ପବନ ଝଡ ଆରମ୍ଭ ହୋଇଥିଲା । ବଡ ବଡ ଜୁଆର ମଧ୍ୟ ଆସିବାକୁ ଲାଗିଥିଲା , ସେଇ ଜୁଆର ମାଡରେ ଡଙ୍ଗାଟି ନିଜ ଭାରସାମ୍ୟ ହରାଇ ସମୁଦ୍ରରେ ଓଲଟିପଡିଥିଲା । ନିଜ ଜୀବନ ବଞ୍ଚାଇବା ପାଇଁ ୭ ଜଣ ମତ୍ସ୍ୟଜୀବି ପାଣିରେ ପହଁରି ଜୀବନ ମରଣ ସହ ସଂଗ୍ରାମ କରିଥିଲେ ।

Advertisement

ଠିକ୍ ସେହି ସମୟରେ ମାଛ ଧରି ଫେରୁଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ୬ ଜଣଙ୍କୁ ହିଁ ସୁରକ୍ଷିତ ଉଦ୍ଧାର କରିପାରିଥିଲେ । ତେବେ କାଳିପଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ଆଉ ଜଣେ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନଥିଲା। ବହୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *