Pratidin TV

Odisha's Digital News Platform

(Big Breaking)ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା , ଜଣେ ମୃତ ୭ ନିଖୋଜ ..

ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ଲଖନପୁର ଶରଧାରୁ ବାଞ୍ଜିପାଲିକୁ ଯାଉଥିବା ଜଣାପଡିଛି । ସେହି ଯାତ୍ରୀବାହୀ ଡଙ୍ଗାରେ ୫୦ ଜଣ ଯାତ୍ରୀ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୭ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଡଙ୍ଗାରେ ଅନେକ ମହିଳା ଓ ଶିଶୁଥିବା ଜଣା ପଡିଛି । ଡଙ୍ଗା ବୁଡିବା ପରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡଙ୍ଗାରେ ପ୍ରାୟ ୪୦ ଜଣଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *