Pratidin TV

Odisha's Digital News Platform

ମହାନଦୀରେ ବୋଟ୍ ଟ୍ରାଜେଡି ; ମିଳିଲା ଅ।ଉ 3 ମୃତଦେହ , ଏବେବି ନିଖୋଜ ୪ ….

ଝାରସୁଗୁଡ଼ା ଲଖନପୁର ମହାନଦୀରେ ଡଙ୍ଗା ବୁଡିବା ଘଟଣା ସ।।ରା ଓଡିଶାରେ ଚହଳ ପକାଇଛି । ଗତକାଲି ଜଣଙ୍କ ମୃତଦହେ ଉଦ୍ଧାର କରାଯାଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଜଣେ ମହିଳା ଅଛନ୍ତି । ୭ ବର୍ଷର ପିକେଶ୍ୱର ରାଠିଆ ଓ ନବୀନ ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଧିକା ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଜଣେ ମହିଳା ଅଛନ୍ତି । ୭ ବର୍ଷର ପିକେଶ୍ୱର ରାଠିଆ ଓ ନବୀନ ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଧିକା ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛନ୍ତି । ଆଉ ଏବେ ବି ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି ।

୨ଟି ସର୍ଚ୍ଚ କ୍ୟାମେରାସହ ଜଣ ସ୍କୁବା ଡାଇଭର ନିଖୋଜ ମାନଙ୍କୁ ଖୋଜିବାରେ ଲାଗିଛନ୍ତି । ଘଟଣାଟି ଏଏମିତିଥିଲା କି ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିଲା । ଡଙ୍ଗାରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଥିଲେ । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ । ଏହି ଅଘଟଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *