Pratidin TV

Odisha's Digital News Platform

ଘରୁ ଫେରାର୍ ହୋଇ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

1 min read

ଦେଓଗଡ : କଳୁଷିତ ହୋଇଗଲାଣି ସମାଜ । ଆଜିକାଲିର ଛୋଟ ଛୋଟ ସ୍କୁଲ ଛୁଆମାନଙ୍କ ଠାରୁ ଆରମ୍ଭ କରି ଆବାଳ-ବୃଦ୍ଧ-ବନିତା ସଭିଙ୍କୁ ଗ୍ରାସ କରିଛି ପ୍ରେମନିସା । ଆଜିର ଯୁବ ପିଢି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ହାରିଦେଉଛନ୍ତି ନିଜ ମୁଲ୍ୟବାନ ଜୀବନ । ଭୁଲି ଯାଉଛନ୍ତି ନିଜ ପରିବାର କଥା , ଯେଉଁମାନେ ତାକୁ ଜନ୍ମଦେଇ,ବଢେଇ କୁଢେଇ ପାଳିପୋଷି ବଡ କରିଛନ୍ତି ।ଶେଷରେ ସ୍ୱାର୍ଥପର ହୋଇ କିଛିଦିନିର ପ୍ରେମ ପାଇଁ ଭୁଲିଯାଉଛି ବାପା ମାଙ୍କର ସେଇ ଦୀର୍ଘଦୀନର ପରିଶ୍ରମ ।ଯେଉଁଥିରେ ଗୋଟେ ଛୁଆଟିକୁ ବଡ କରିବା ଲାଗି ବାପାମା କେତେ ଯେ ରାତି ଅନିଦ୍ରା ନହୁଅନ୍ତି , ନିଜେ ଭଲସେ ଦୁଇମୁଠା ନଖାଇ ପୁଅ ଝିଅ ମାନଙ୍କର ସବୁ ଇଛାକୁ ପୁରଣ କରିଥାନ୍ତି । ଭାବନ୍ତି ପୁଅ ହେଉ ଅବା ଝିଅ ବଡ ହେଇ ଆମ ସ୍ୱପ୍ନ ପୂରଣ କରିବ ,ବଡ ମଣିଷ ହେବ ,ଭଲ ଚାକିରିଟିଏ କରିବ ଆଉ ଆମ ସାହାର ବନିବ । କିନ୍ତୁ ଆଜିକାଲି ଯୁବ ସମାଜଠାରୁ ପରିବାର ଲୋକେ ଏସବୁ ଆଶାତ ଦୂରର କଥା ସେମାନେ ଖାଲି ବଞ୍ଚିକି ରହିବାଟା ହିଁ ବଡ କଥା ।


ତେବେ ଆଜି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେଓଗଡ ଜିଲ୍ଲାରେ ।ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ପୋଲିସ୍ । ସୂଚନା ଅନୁଯାୟୀ ଆଜି ସକାଳୁ କୁଣ୍ଢେଇଗୋଳା ଥାନା ଆଇଁଳି ଗାଁ ନିକଟ ମହୁଲ ଗଛରୁ ମୃତ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ଯୁବକ ଜଣଙ୍କ ଆଉଁଳି ଗ୍ରାମର ଆଲୋକ ବେହେରା ହୋଇଥିବା ବେଳେ ଯୁବତୀ ଜଣଙ୍କ ଅନୁଗୁଳ ଜିଲ୍ଲା ବଡଗୁଣ୍ଡୁରି ଗ୍ରାମର ଅଟନ୍ତି ।

Advertisement

ଗତକାଲି ଆଲୋକ ଯୁବତୀ ଜଣଙ୍କୁ ନିଜ ଘରକୁ ନେଇ ଆସିଥିଲେ । ଏହାପରେ ଆଜି ସକାଳୁ ଦୁହିଁଙ୍କ ମୃତ ଦେହ ଗାଁ ନିକଟସ୍ଥ ମହୁଲ ଗଛରେ ଝୁଲୁଥିବାର ଦେଖି ଗ୍ରାମବାସୀ ମାନେ ପୋଲିସ୍ କୁ ଫୋନ୍ କରିଥିଲେ । ସୂଚନା ପାଇ କୁଣ୍ଢଇଗୋଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏହି ଘଟଣାଟି ପ୍ରେମ ସମସ୍ୟକୁ କେନ୍ଦ୍ର କରୁଛି ବୋଲି କହିଛି ପୋଲିସ ।

Leave a Reply

Your email address will not be published. Required fields are marked *