Pratidin TV

Odisha's Digital News Platform

ଭାଇଚାରା ସହରରେ ମିଳିଲାନି କାନ୍ଧ : ଟ୍ରଲିରେ ବୁହାହେଲା ଶବ , ପ୍ରଶାସନକୁ ପ୍ରଶ୍ନ କଲା ‘ମୋ କଟକ ସୁରକ୍ଷା ମଞ୍ଚ’ ……

1 min read

କଟକ : ଶବକୁ ମିଳିଲାନି କାନ୍ଧ , ଭାଇଚାରା ସହର କଟକରୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ଶେଷରେ ଟ୍ରଲିରେ ବୁହା ହୋଇ ଶବ ଗଲା ମଶାଣି । ଦିନକୁ ଦିନ ଲୋକେ ଆଧୁନିକ ହେବା ବେଳେ ମଣିଷ ପଣିଆ ସେତିକି ପରିମାଣରେ ମରି ମରି ଯାଉଛି । କଟକ ସେକ୍ ବଜାରରୁ ଆସିଥିବା ଏଭଳି କିଛି ଦୃଶ୍ୟ ବର୍ତ୍ତମାନ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରିଛି ।

ଦୁଇଦିନ ତଳେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଯୁବକ ଜଣଙ୍କର ପରିବାର କହିଲେ ତାଙ୍କର ଏକ ମାତ୍ର ଭଉଣୀ । ତେବେ ଶେଷ କର୍ମରେ ସେଇ ଭଉଣୀଙ୍କ ଛଡା ଆଉ କେହି ଦେଖାଦେଇନଥିଲେ । ରାତିଅଧରେ ମହିଳା ଜଣକ ଏକ ଟଲି ଚାଳକଙ୍କୁ ସାଙ୍ଗରେ ନେଇ ବାହରିପଡିଥିଲେ ଭାଇର ଶେଷ କ୍ରିୟା କରିବାନିମନ୍ତେ । ତେବେ କଟକ ଭଳି ସହରରେ ଟ୍ରଲିରେ ଶବ ବୁହାହେବା ଘଟଣାକୁ ଘୋର ନିନ୍ଦା କରିଛି ‘ ମୋ କଟକ ସୁରକ୍ଷା ମଞ୍ଚ’ ।

Advertisement

ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଓ ମହାପ୍ରୟାଣ ଯୋଜନା କାହା ସ୍ଵାର୍ଥରେ । କଟକ ସହରରେ ଏପରି ନିସହାୟ ଅବସ୍ଥାରେ ଟ୍ରଲିରେ ଶବ ବୁହାହେବା ଏକ ଦୁଃଖଦାୟକ ଘଟଣା । ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ଅବହେଳାକୁ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଆଗକୁ ଏଭଳି ଘଟଣା ନହୁଏ ସେଥିପାଇଁ ଆଜି ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଖାନନଗର କାଳୀଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଓ ହରିଶ୍ଚନ୍ଦ୍ର ଯୋଜନାକୁ ସଠିକ ଭାବେ ଉପଯୋଗ କରିବାସହ ଟ୍ରଲିରେ ଶବବୁହା ହେବା ଘଟଣାର ସଠିକ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ହରିଶ୍ଚନ୍ଦ୍ର ଯୋଜନାକୁ ସଠିକ ଭାବେ ଉପଯୋଗ କରିବା ସହ ଟ୍ରଲିରେ ଶବବୁହା ହେବା ଘଟଣାର ସଠିକ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *