Pratidin TV

Odisha's Digital News Platform

ପୁଣି ରମାଦେବୀ ବିଶ୍ୱବିଦ୍ୟାଳୟରେ ଚାଞ୍ଚଲ୍ୟ ; କ୍ୟାମ୍ପସ୍ ଭିତରେ ଏକ ଅଟୋରୁ ମିଳିଲା ସନ୍ଦିଗ୍ଧ ମୃତଦେହ

1 min read

ଭୁବନେଶ୍ୱର : ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋରୁ ଆଜି ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ରମାଦେବୀ କ୍ୟାମ୍ପସରେ ତଦନ୍ତ ଚଲାଇଛି ପୋଲିସ । କ୍ୟାମ୍ପସ ଭିତତ ଅଡିଟୋରିୟମ୍ କଡରେ ଥିବା ଏକ ଅଟୋରୁ ଏକ ଯୁବକଙ୍କ ମୃତ ଦେହ ମିଳିଛି ।

ସୂଚନାଯୋଗ୍ୟ ଯେ ରବିବାର କ୍ୟାମ୍ପସ ଭିତରେ ଏକ ଅଟୋକୁ ଦେଖିବାକୁ ପାଇଥିଲେ ଛାତ୍ରଛାତ୍ରୀ । ଭୟରେ ସେମାନେ ତୁରନ୍ତ କଲେଜ କତ୍ତୃପକ୍ଷଙ୍କ ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହ କ୍ୟାମ୍ପସ ଭିତରେ ପଚରାଉଚରା କରିଥିଲା ।

Advertisement

କିନ୍ତୁ ଛାତ୍ରୀମାନେ କ୍ୟାମ୍ପସ ଭିତରକୁ ଅଟୋ ଆସିବାର କିମ୍ବା ତାକୁ କିଏ କ୍ୟାମ୍ପସ ଭିତରକୁ ଚଲାଇ ଆଣିଲା ଏ ସମ୍ବନ୍ଧରେ କିଛି ଜାଣିନଥିବା କହିଛନ୍ତି । ତେବେ ଅଟୋ ନମ୍ବର ପ୍ଲେଟରୁ ପୋଲିସ ଗାଡି ମାଲିକକୁ ଠାବ କରି ପଚରା ଉଚରା ଚାରିରଖିଛି । କିନ୍ତୁ ଅଟୋ ଡ୍ରାଇଭର ଜଣଙ୍କ ପୋଲିସ ଆଗରେ ମୁହଁ ଖୋଲୁନଥିବା ଜଣାପଡିଛି । ତେବେ ମୃତଦେହରେ କୌଣସି କ୍ଷତାକ୍ତ ଚିହ୍ନ ନଥିବା ବେଳେ ମୃତ୍ୟୁ ପଛର କାରଣ କଣ ହୋଇପାରେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକର ପରିଚୟ ଖୋଜିବା ପୋଲିସ ପାଇଁ ବର୍ତ୍ତମାନ ଜରୁରି ହୋଇପଡିଛି । ପରେ ଅଟୋ ଡ୍ରାଇଭର ସହ ମୃତକ ପରିଚିତ କି ନାହିଁ ସେ ଦିଗରେ ତଦନ୍ତ କରାଯିବ ।ଅନ୍ୟପଟେ ପୋଲିସ ସମୃକ୍ତ ମୃତଦେହଟିକୁ ଅଟୋରୁ ଉଦ୍ଧାର କରି ଶବ ବ୍ୟବିଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ଏଠି ପ୍ରଶ୍ନ ଉଠୁଛି ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ କିଭଳି ଏକ ଅଟୋ ମୃତଦେହ ସହ ପଶିଲା ?
କ୍ୟାମ୍ପସଭିତରେ ସିକ୍ୟୁରିଟି ବ୍ୟବସ୍ଥାରେ ଏତେ ଅବେହେଳା କେମିତି ?
ମୃତ ଶବଟି କାହାର ?
କାହିଁକି ତାକୁ କ୍ୟାମ୍ପସ ଭିତରକୁ ନିଆଗଲା ?
କଲେଜ କତ୍ତୃପକ୍ଷ କଣ କରୁଛନ୍ତି ?

Leave a Reply

Your email address will not be published. Required fields are marked *