Pratidin TV

Odisha's Digital News Platform

ସହି ପାରିଲେନି ଋଣ ଭାର : ଶେଷରେ ଆତ୍ମହତ୍ୟା କଲେ ଟ୍ରକ ମାଲିକ

କେନ୍ଦୁଝର : ଦେଶର ଧନୀମାନେ ଦିନକୁ ଦିନ ଧନୀ ହୋଇଯାଥିବା ବେଳେ ,ଗରିବ ବା ଘଟିଖିୟା ମାନେ ଦିନକୁ ଦିନ ଦାରିଦ୍ରତାର ସୀମାରେଖା ତଳକୁ ଗତି କରୁଛନ୍ତି । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିଲେ ମଧ୍ୟ ଏଠି ପ୍ରତ୍ୟକ ଦିନ କେହିନା କେହି ଚାଷି ଋଣ ଭାରରେ ନିଜ ଜୀବନ ହାରୁଛି ।

ତେବେ ଦେଶରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଦାୟି କିଏ ? ସାଧାରଣଲୋକର ଏସବୁ ପ୍ରଶ୍ନ ଭିତରେ ପୁଣି ଏକ ଭୟାଭହ ଦୃଶ୍ୟ ସାମ୍ନାକୁ ଆସୁଛି । ଏଥର ଗୋଟେ ଚାଷୀ ନୁହେଁ ବରଂ ଜଣେ ଟ୍ରକ ମାଲିକ ନିଜର ପ୍ରାଣ ହରାଇଛନ୍ତି । ଋଣ ଭାର ଅସହ୍ୟ ହେଲାରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ ଜଣେ ଟ୍ରକ ମାଲିକ । ତେବେ ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଘାଁରୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଛାମୁଣ୍ଡା ଗାଁ ମକୁନ୍ଦ ମହାକୁଡ଼।

ସୂଚନା ଅନୁଯାୟୀ ମକୁନ୍ଦ ଏକ ୧୨ ଚକିଆ ଟ୍ରକ୍ କିଣି ଚଳାଉଥିଲେ। ସବୁ ଠିକ ଠାକ ଚାଲି ଥିଲା। ମାସେ ହେଲା ମାଇନ୍ସ ଚାଲୁ ନ ଥିବାରୁ ତାଙ୍କ ଟ୍ରକ୍ ବନ୍ଦ ହୋଇ ପଡି ରହିଥିଲା। ଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିବାରୁ ମୁକୁନ୍ଦ ଚାପରେ ରହୁଥିଲେ। ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ୍ କିଣି ଥିଲେ, ସେ ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା। ଏପରିକି ତାଙ୍କର ଜାଗା ବାଡ଼ି ବିକ୍ରି କରି କିଛି ଋଣ ସୁଝିଥିଲେ। ଏବେ ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା, ଅନ୍ୟ ଉପାୟ ନ ପାଇ ନିଜ ଘର ଆଗରେ ମୁକୁନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଘର ଆଗରୁ ଉଦ୍ଧାର କରାଯାଇଥିଲା। ମୁକୁନ୍ଦଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *