ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଇ ପାଣିକୁ ଖସିପଡିଥିଲେ ନାଉରିଆ, ଆଜି ମିଳିଲା ମୃତଦେହ
1 min readଚିଲିକା : ପର୍ଯ୍ୟଟନ ଋତୁ ଆରମ୍ଭରୁ ଚିଲିକା ରେ ଘଟିଲା ଅଘଟଣ । ଚିଲିକାରୁ ଉଧାର ହେଲେ ଡଙ୍ଗା ଚାଳକଙ୍କ ମୃତ ଦେହ । ନାଉରିଆ ବେଉସାରୁ ବର୍ଷ ବର୍ଷଧରି ପରିବାରର ପେଟ ପୋଷୁ ଆସିଥାନ୍ତି । ନିଜ ଜୀବନକୁ ବାଜି ଲଗାଇ ଦୁଇ ପଇସା ରୋଜଗାର କରନ୍ତି । ତେଣୁ ରାତି ପାହିଲେ ନଦୀକୁ ଯାଇ ଆହୁଲା ମାରି ଯାତ୍ରୀଙ୍କୁ ପାଣି ପାର କରିଥାନ୍ତି । ସବୁ ଦିନ କରି ତେବେ ଗତକାଲି ମଧ୍ୟ ବାହାରିଥିଲେ ନାଉରିଆ । ଚିଲିକାରେ ୪ଜଣ କଲିକତା ଟ୍ୟୁରିଷ୍ଟ ଙ୍କୁ ଡଲଫିନ୍ ଦେଖାଇବାକୁ ନେଇଥିବା ସମୟରେ ଘଟିଗଲା ଅଘଟଣ । ଡଲଫିନ୍ ମୋଟର ଆସୋସିଏସନ ବଳଭଦ୍ରପୁର ଘାଟରୁ ୩୪୫ନଂ ଡଙ୍ଗାରେ ଯାତ୍ର କରିଥିଲେ ଯାତ୍ରୀ । ଯାତ୍ରୀଙ୍କୁୂ ନେଇ ଡଙ୍ଗା ଆଗକୁ ବଢୁଥିବା ବେଳେ ହଠାତ ମଝିରେ ପାଣିକୁ ଖସିପଡିଥିଲେ ନାଉରିଆ । ଏହାକୁ ଦେଖି ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଚିତ୍କାର କରିଥିଲେ । ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ନାଉରିଆଙ୍କ କୌଣସି ପତ୍ତା ମିଳି ନଥିଲା । ଦୀର୍ଘ ସମୟ ଖୋଜା ଖୋଜି ପରେ ଅର୍ଥାତ ଆଜି ସକାଳୁ ମଗରମୁଖ ନିକଟରୁ ଡଙ୍ଗାଚାଳକ ବିକ୍ରମକେଶରୀ ଜାଲି ଙ୍କ ମୃତ ଶରୀର ଉଦ୍ଧାର କରିଛନ୍ତି ସ୍ଥାନୀୟ ଡଙ୍ଗା ଚାଳକ । ଗତକାଲି ଅନ୍ୟ ଡଙ୍ଗା ଚାଳ ଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଧାର ହୋଇଥିଲେ ପର୍ଯ୍ୟଟକ । ନିଶାସକ୍ତ ଅବସ୍ଥାରେ ଡଙ୍ଗା ଚଳାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଶୁଣିବାକୁ ମିଳିଛି । ତେବେ ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ସେପଟେ ନାଉରିଆ ବକ୍ରମଙ୍କ ମୃତ ଖବର ପାଇଁ ପରିବାରରେ ଶୋକର ଛାୟା ଖେଳି ଯାଇଛି ।