Pratidin TV

Odisha's Digital News Platform

ରାଜଧାନୀର ଘରୋଇ ହଷ୍ଟେଲ୍ରୁ ମିଳିଲା ମହିଳା ଖେଳାଳିଙ୍କ ଝୁଲନ୍ତା ମୃତଦେହ

1 min read

ରାଜଧାନୀରେ ରାଜ୍ୟସସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ | ଭୁବନେଶ୍ୱରରେ ଥିବା ପୁରୁଣା BMC ଅଫିସ୍ ହଷ୍ଟେଲ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ | ତେବେ ଏହା ହତ୍ୟା ନ ଆତ୍ମହତ୍ୟା ତାକୁ ନେଇ ବଢିଛି ସସ୍‌ପେନ୍ସ |

ତେବେ ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ବରଗଡ଼ ପୋଲିସ ମୃତଦେହ ଜବତ କରିବା ସହ ଆରମ୍ଭ କରିଛି ତଦନ୍ତ | ଏବଂ ଅନ୍ୟପଟେ ଶବ ବ୍ୟବଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ |

Advertisement

ମୃତକ ଯୁବତୀ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ସେ ହେଉଛନ୍ତି ରାଜ୍ୟସ୍ତରୀୟ ବକ୍ସିଂ ଓ ଖେଖୋ ଖେଳାଳି |  ସରୋଜିନୀ କଟକ ରୋଡ୍‌ରେ ଏକ ବାଇକ୍ ସୋ-ରୁମ୍‌ରେ ଚାକିରି କରୁଥିଲେ । ତେବେ ତାଙ୍କର ମୃତ୍ୟୁ କିପରି ଘଟିଲା ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି | ଅନ୍ୟପଟେ ପରିବାର ଲୋକ ସୂଚନା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ | ଏହାର ପଛର କାରଣ ସ୍ପଷ୍ଟ ଭାବେ କହି ପାରୁ ନ ଥିବା ସହ ଝିଅର କାହା ସହ ଶତ୍ରୁତା ନ ଥିବା କହିଛନ୍ତି ପରିବାର ଲୋକେ । ବର୍ତ୍ତମାନ ପୁଲିସ୍‌ ସରୋଜିନୀଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିବା ସହ ତାଙ୍କ ସାଙ୍ଗସାଥୀ ଓ ସହଯୋଗୀଙ୍କୁ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *