୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ‘ବୋଇଂ’
1 min readବିମାନ ପ୍ରସ୍ତୁତ କରୁତିବା ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ କମ୍ପାନୀ | ବୋଇଂ କମ୍ପାନୀ ନେଇଛି ବଡ ନିଷ୍ପତ୍ତି | ଯେଉଁଥିପାଇଁ କର୍ମଚାରୀଙ୍କୁ ଲାଗିଛି ବଡ ଝଟକା | ତେବେ ବୋଇଂ କମ୍ପାନୀ ଏହାର ୧0 ପ୍ରତିଶତ କର୍ମଚାରୀ ଅର୍ଥାତ ୧୭ ହଜାର ଲୋକଙ୍କୁ ଛଟେଇ କରିବାକୁ ଯାଉଛି | ବୁଧବାର ଠାରୁ କମ୍ପାନୀ କର୍ମଚାରୀଙ୍କୁ ଗୋଲାପୀ ସ୍ଲିପ୍ ପଠାଇବା ଆରମ୍ଭ କରିବ।
ଚଳିତବର୍ଷ ପ୍ରାରମ୍ଭରେ ବୋଇଂ କମ୍ପାନୀରେ ୧,୭୧,୦୦୦ କର୍ମଚାରୀ କାର୍ଯ୍ୟରତ ଥିଲେ। ତେବେ ଖର୍ଚ୍ଚ କାଟ ସାଙ୍ଗକୁ ମାନବୃଦ୍ଧି ନିମନ୍ତେ ୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଜରୁରୀ ହୋଇପଡିଛି ବୋଲି ବୋଇଂ କମ୍ପାନୀ ସିଇଓ କେଲି ଓର୍ଟବର୍ଗ କହିଛନ୍ତି।
କମ୍ପାନୀର କହିବାନୁସାରେ, ଦକ୍ଷତାକୁ ସୁଦୃଢ଼ କରିବା ଏବଂ କୁଶଳୀ କର୍ମଚାରୀମାନଙ୍କୁ ପୁନର୍ବାର ଉତ୍ପାଦନକୁ ବୃଦ୍ଧି କରିବାରେ ସହାୟକ ହେବା ପାଇଁ ଏକ ସନ୍ତୁଳନ ସୃଷ୍ଟି କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ଅନେକ ସଙ୍କଟ ସହ ମୁକାବିଲା କରୁଥିବାରୁ ବୋଇଂର ପ୍ରତିଯୋଗିତାମୂଳକ ଧାରକୁ ପୁନଃସ୍ଥାପିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଦୁର୍ଘଟଣା ଏବଂ କୋଭିଡି ପରେ ବହୁତ କ୍ଷତି ସହିଥିଲା ବୋଇଂ କମ୍ପାନୀ | ତେଣୁ ଭବିଷ୍ୟରେ କମ୍ପାନୀକୁ ଅଗ୍ରସର କରିବାକୁ ଏପରି କିଛି ପଦକ୍ଷପ ନେବାକୁ ଯାଉଛି |