Pratidin TV

Odisha's Digital News Platform

ସ୍ପେଶଷ୍ଟେସନ ରେ ଅଟକି ରହିଲେ ସୁନିତା ୱିଲିୟମ୍ସ, ବୁଚ୍‌ ୱିଲ୍‌ମୋର୍‌ , ଫେରିବ ଷ୍ଟାରଲାଇନର୍‌ ..

1 min read

ମହକାଶରେ ଦୀର୍ଘ ତିନି ମାସ ଧରି ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର । କୁହାଯାଇଛି କି ଆସନ୍ତା ବର୍ଷ ସେମାନେ ପୃଥିବୀ ପୃଷ୍ଠକୁ ଫେରିବେ । ତେବେ ଯେଉଁ ଷ୍ଟାରଲାଇନର କ୍ୟାପସୁଲରେ ଆଷ୍ଟ୍ରୋନାଟ ସୁନୀତା ୱିଲୟମ୍ସ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯାଇଥିଲେ ସେହି ବୋଇଂ ଷ୍ଟାରଲାଇନର୍‌ ଆଜି ପୃଥିବୀ ପୃଷ୍ଠକୁ ଫେରି ଆସିବ। ଏଥିନେଇ ଗୁରୁବାର ନାସା ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟମ୍ବର ୬ ତାରିଖ ଭାରତୀୟ ସମୟ ରାତି ୩.୩୦ ମିନିଟ୍‌ ସମୟରେ ଷ୍ଟାରଲାଇନର କ୍ୟାପସୁଲ ନ୍ୟୁ ମେକ୍ସିକୋସ୍ଥିତ ହ୍ବାଇଟ୍‌ ଲ୍ୟାଣ୍ଡରେ ଅବତରଣ କରିବ ବୋଲି ସୂଚନା ମିଳିଛି। କିନ୍ତୁ ଦୁଇ ମହାକାଶଚାରୀଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଛାଡି ଷ୍ଟାରଲାଇନର ପୃଥିବୀ ପୃଷ୍ଠକୁ ଫେରୁ ଥିବାରୁ ନାସା ବୈଜ୍ଞାନିକମାନଙ୍କ ସମେତ ଅନ୍ୟ ମହଲରେ ଅସନ୍ତୋଷ ଦେଖାଯାଇଛି।

ଷ୍ଟାରଲାଇନର ମହାକାଶକୁ ଯାତ୍ରା କରିବା ସମୟରୁ ଏଥିରେ ବୈଷୟିକ ତ୍ରୁଟି ରହିଥିବା  ଜଣାପଡ଼ିଥିଲା। ଏହାର କିଛି ଅଂଶରୁ ହିଲିୟମ୍‌ ଗ୍ୟାସ୍‌ ଲିକ୍‌ କରୁଥିବା କୁହାଯାଇଥିଲା। ଏହାସତ୍ତ୍ବେ ଦୁଇ ମହାକାଶଚାରୀଙ୍କୁ ନେଇ ଏହା ମହାକାଶ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହିଲିୟମ ଗ୍ୟାସ ଲିକ୍‌କୁ ନେଇ ଏହାର ବିଭିନ୍ନ ଥ୍ରଷ୍ଟର କାର୍ଯ୍ୟ କରୁ ନଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସୁନିତା ଏବଂ ୱିଲମୋରଙ୍କ ଫେରିବା ନେଇ ଅନିଶ୍ଚିତତା ଦେଖାଯାଇଥିଲା।

Advertisement

କେବଳ ସେତିକି ନୁହେଁ, ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ଏହି ଦୁଇ ମହାକାଶଚାରୀ ବର୍ତ୍ତମାନ ସୁଦ୍ଧା ୩ ମାସ ମହାକାଶରେ ରହି ସାରିଥିଲା ବେଳେ ଏବେ ସେମାନଙ୍କ ବିନା ଷ୍ଟାରଲାଇନର ପୃଥିବୀ ପୃଷ୍ଠକୁ ଫେରିବା ନାସା ବୈଜ୍ଞାନିକ ଏବଂ ବୋଇଙ୍ଗ କମ୍ପାନୀର ଭୂମିକାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏହି ବିଷୟକୁ ନେଇ ନାସା ବୈଜ୍ଞାନିକମାନଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି ବୋଲି ସୂଚନା ମିଳିଛି। ତେବେ ଷ୍ଟାରଲାଇନର ଥ୍ରଷ୍ଟରକୁ ନେଇ ଦେଖାଯାଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଲାଗି ଏବେ ନିଷ୍ପତ୍ତି ହୋଇଛି ବୋଲି ନାସା ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *