Pratidin TV

Odisha's Digital News Platform

ରସୁଣ ପାଇଁ ଫୁଟିଲା ଗୁଳି , ଜଣେ ମୃତ ଜଣେ ଗୁରୁତର ..

ରସୁଣ ପାଇଁ ହେଲା ମହାଭାରତ । ସାମାନ୍ୟ ରଶୁଣ ପାଇଁ ଗଡିଲା ମୁଣ୍ଡ । କ୍ଷେତରେ ବୋହିଲା ରକ୍ତର ନଦୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଉଜୈନର ରୁଦାହେଡା ଗ୍ରାମରେ । ସୂଚନାନୁଯାୟୀ ରୁଦାହେଡା ଗ୍ରାମର ରାଜପୁତ ପରିବାରଏବଂ ପଡ଼ୋଶୀ ମୀନା ପରିବାରର ଏକ ଚାଷ ଜମି ରହିଛି । ରାଜପୁତ ପରିବାର ଲୋକେ ନିଜ କ୍ଷେତରେ ରସୁଣ ଶୁଖାଇଥିଲେ । ସେହି ସମୟରେ ମୀନା ପରିବାର କ୍ଷେତରୁ ଗହମ ଅମଳ କରୁଥିଲେ । ଯାହା ଫଳରେ ସେଠାରେ ଶୁଖା ହୋଇଥିବା ରସୁଣ ନଷ୍ଟ ହୋଇଯାଇଥିଲା । ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଯାହା ଏତେ ଭୟଙ୍କର ହୋଇଯାଇଥିଲା ଯେ ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ଗୁଳି ଚାଳନା କରାଯାଇଥିଲା ।

ଏହି ଘଟଣାରେ ମୀନାଙ୍କ ପରିବାରର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ପୋଲିସର ସୂଚନା ଅନୁସାରେ, ରସୁଣ କଟାକୁ ନେଇ ରୁଦାହିଡା ଗ୍ରାମରେ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦରେ ରାଜପୁତ ପରିବାରର ମୋକାମ ସିଂ, ଅର୍ଜୁନ ସିଂ, ଲକ୍ଷ୍ମଣ ସିଂ, ରାଜେନ୍ଦ୍ର, ମହେନ୍ଦ୍ର ଏବଂ ଲଖନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେହିପରି ମୀନା ପରିବାରର ମୁକୁଟ ମୀନା, ପ୍ରବୀଣ ମିନା ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ବିବାଦ ଉଗ୍ର ରୂପ ନେଇଥିଲା । ରାଜ ପରିବାରର ମୋକାମ ସିଂ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଯାହା ଫଳରେ ମୀନା ପରିବାରର ଯୁବକ ପ୍ରବୀଣଙ୍କ ବେକରେ ଗୁଳି ବାଜିଥିଲା, ଫଳସ୍ୱରୂପ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ତାଙ୍କ ମାମୁଁ ମୁକୁଟ ମୀନା ମଧ୍ୟ ଗୁଳିରେ ଆହତ ହୋଇଥିଲେ । ତେବେ ଏହ ଘଟଣା ଖବର ପାଇବା ପରେ ପୋଲିସ୍ ଘଟଣା ସ୍ଥଲରେ ପହଞ୍ଚି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ।

Leave a Reply

Your email address will not be published. Required fields are marked *