Pratidin TV

Odisha's Digital News Platform

ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟୁଥିବା ଲୁଟେରା ଗିରଫ ..

ପୋଲିସକୁ ମିଳିଲା ବଡ ସଫଳତା । ବାରମ୍ବାର ପୋଲିସକୁ ଚକମା ଦେଇ ଚୋରୀ ରାହାଜାନୀ ପରି ଆତଙ୍କ ରଚୁଥିଲା ଏହି ଲୁଟେରା । ସବୁଥର ପୋଲିସ ଆଖିରେ ଧୁଳି ଦେଇ ଖସିଯାଉଥିଲା । ତେବେ ଆଜି ସେହି ଲୁଟେରା କୁ କାବୁ କରିଛି ପୋଲିସ । ସୂଚନା ଅନୁସାରେ ପାଟଣାଗଡ ର ଏକ ଦୋକାନ ସମ୍ମୁଖରେ ଗତ ଜାନୁଆରି ମାସ ରେ ଜଣେ ବ୍ୟକ୍ତି ବ୍ୟାଙ୍କ ରୁ ଟଙ୍କା ଉଠାଇ କୌଣସି କାମରେ ଗାଡି ରଖି ସେଠାରେ ଅଟକିଥିଲେ ।

ହେଲେ ଅଭିଯୁକ୍ତ ଜଣକ ସେହି ବ୍ୟକ୍ତି ଙ୍କ ବାଇକ ଡିକି ରୁ ଟଙ୍କା ନେଇ ଫେରାର ମାରିଥିଲା । ସେହିପରି ସେହି ଅଭିଯୁକ୍ତ ବେଲପଡ଼ା ଓ ଲାଠୋର ଥାନା ଅଞ୍ଚଳ ରେ ମଧ୍ୟ ବିଭିନ୍ନ ସମୟରେ ଲୁଟ କରି ଫେରାର ହୋଇଯାଇଥିଲା । ହେଲେ ଆଜି ପୋଲିସ ପଞ୍ଝାରେ ଲୁଟେରା । ପୋଲିସ ସେହି ଅଭିଯୁକ୍ତକୁ ଗିରଫ କରିବା ସହିତ ଅଭିଯୁକ୍ତ ନିକଟରୁ ୧ ଲକ୍ଷ ଟଙ୍କା ଓ ୬ ଟି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଆସ୍କା ଅଞ୍ଚଳ ର ଅଭିଷେକନାଗ ରାଓ । ଆଜି ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେବା ସହ ଜନସାଧାରଣ ଙ୍କୁ ଗାଡି ଡିକି ରେ ଟଙ୍କା ନ ରଖିବା ପାଇଁ ଗଣମାଧ୍ୟମ ଜରିଆରେ ସଚେତନ ହେବାପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *