ଚିନ୍ତା ବଢାଇଲାଣି ସାପ କାମୁଡା , କାମ ଦେଉନି ଇଞ୍ଜେକ୍ସନ
1 min readବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ରେ ଚିନ୍ତା ବଢ଼ାଉଛି ସାପ କାମୁଡା ମୃତ୍ୟୁ। ଗତ ସାତ ଦିନ ରେ ଗଲାଣି ଚାରି ଜଣ ଙ୍କ ଜୀବନ। ଏହାକୁ ନେଇ ଚିନ୍ତା ରେ ବନ ବିଭାଗ ଓ ଡାକ୍ତରୀ ଟିମ୍ ।କାମ ଦେଉନି କି ସାପ କାମୁଡ଼ା ଇଞ୍ଜେକ୍ସନ? ସବୁ ହସ୍ପିଟାଲ ରେ ସାପ କାମୁଡ଼ା ଇଞ୍ଜେକ୍ସନ ରହିଛି ହେଲେ ସେ ଇଞ୍ଜେକ୍ସନ ନେଲା ପରେ ବି ବଡ ବଡ଼ ଡ଼ାକ୍ତରଖାନା କୁ ରେଫର୍ କରା ଯାଉଛି। ଆଉ ସେଠାରେ ଜୀବନ ହାରୁଛନ୍ତି ରୋଗୀ। ଏ ଭଳି ଘଟଣା କୁ ନେଇ ବଢ଼ିଛି ଚିନ୍ତା।
ପାଟଣାଗଡ ଦାଦୂର୍ ଗାଁ ର ପତୁଲା ବାଗ। ଶୌଚ ହୋଇ ଯାଇଥିବା ବେଳେ ଶୁକ୍ରବାର ଦିନ କାମୁଡି ଥିଲା ବିଷାକ୍ତ ସାପ। ପାଟଣାଗଡ ମେଡିକାଲ ରେ ତୁରନ୍ତ ଭର୍ତ୍ତି କରା ଯାଇ ଚିକିତ୍ସା କରା ଗଲା ଆଉ ବଲାଙ୍ଗୀର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ଆଖି ବୁଜି ଦେଲେ ପତୁଲା। ପ୍ରଶ୍ନ ଉଠୁଛି କାମ କରୁନି କି ଆଣ୍ଟିଭେନମ ଇଞ୍ଜେକ୍ସନ?ଗତ ୨୮ ତାରିଖ ରେ ସାପ କାମୁଡ଼ା ରେ ମୃତ୍ୟୁ ବରଣ କରିଥିଲେ ଆଗଲପୁର ର ପ୍ରମୋଦ ପ୍ରଧାନ।
ସେହିଭଳି କିଛି ଦିନ ତଳେ ସଇଁତଳା ରେ ମଧ୍ୟ ସାପ କାମୁଡା ରେ ଦୁଇ ଭାଇ ଭଉଣୀ ଙ୍କର ମୃତ୍ୟୁ ହୋଇଥିଲା। ସାପ କାମୁଡା ଘଟଣା ଚିନ୍ତା ବଢେଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗୀର DFO କହିଛନ୍ତି ସାପ ଦେଖିଲେ ତୁରନ୍ତ ବନ ବିଭାଗ କୁ ଖବର ଦିଅନ୍ତୁ ଓ ରୋଗୀଙ୍କୁ ମେଡିକାଲ କୁ ନିଅନ୍ତୁ। ହେଲେ ମେଡିକାଲ ରେ ଆଖିବୁଜୁଛନ୍ତି ସାପ କାମୁଡା ବ୍ୟକ୍ତି ।