Pratidin TV

Odisha's Digital News Platform

(ଭିଡିଓ)ଶୂନ୍ୟରେ ଉଡିଲା ବୋଲେରୋ….

ପାରାଦ୍ୱୀପ : କୁଜଙ୍ଗ ସନ୍ତରା ନିକଟରେ ଦେଖିବାକୁ ମିଳିଛି ଆଖି ଖୋସିଦେଲା ଭଳି ସଡ଼କ ଦୁର୍ଘଟଣା । ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଦୁର୍ଘଟଣାର ଲାଇଭ ଚିତ୍ର ତଳେ ଦିଆଯାଇଥିବା ଭିଡିରେ କିଭଳି ବୋଲେରୋ ଗାଡିଟି ଶୂନ୍ୟରେ ଉଡି ଆସି ବିଲ ମଝିରେ ପଡୁଛି । ଏହି ଦୃଶ୍ୟ ନିଶ୍ଚିତ ଭାବରେ ଛାତି ଥରାଇ ଦେବାଭଳି ଦୃଶ୍ୟ । ଗାଡିଟି କୌଣସି ଗାଡ଼ିରେ ପିଟି ହୋଇନାହିଁ କିମ୍ବା କୌଣସି ଗାଡି ସହିତ ଧକ୍କା ଦେଇନାହିଁ ।

ଦେଖିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଛି । କିଛି ନ ଥାଇ ଗାଡିଟି ଉଡି ଉଡି ଆସି ବିଲ ମଝିରେ ପଡିବା ପରେ ଗାଡିକୁ ଦେଖିଲେ ଲାଗୁଛି ଯେଭଳି ଗାଡ଼ିରେ ଥିବା ପାସେଞ୍ଜର ଙ୍କ ଅବସ୍ଥା କଣ ହୋଇନଥିବ । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଦୁଇଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି । ତେବେ କିଭଳି ଭାବରେ ଡ୍ରାଇଭର ଜଣକ ଗାଡି ଚଳାଉଥିଲେ ତାହା ଗାଡିର ଅବସ୍ଥାରୁ ସ୍ପଷ୍ଟ ଜଣାପଡୁଛି ।

Leave a Reply

Your email address will not be published. Required fields are marked *