Pratidin TV

Odisha's Digital News Platform

ଲାଇଭ୍ କନସର୍ଟ ସମୟରେ ବଲିଉଡ୍ ସିଙ୍ଗର କୈଲାଶ ଖେରଙ୍କ ଉପରକୁ ଆକ୍ରମଣ ..

1 min read

ମୁମ୍ବାଇ : ଉଠିଲା ବଲିଉଡ୍ ସିଙ୍ଗରମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ । ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଲାଶ ଖେରଙ୍କ ଉପରୁ ରବିବାର ଆକ୍ରମଣ କରାଯାଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । କର୍ଣ୍ଣାଟକ ହାମ୍ପିରେ ଜାନୁଆରୀ ୨୭ ରୁ ଆରମ୍ଭ ହୋଇଥିବା ଲାଇଭ୍ କନସର୍ଟରେ ଯୋଗ ଦେଇଥିଲେ କୈଳାଶ ଖେର । ନୂଆ ବିଜୟନଗର ଜିଲ୍ଲା ହେବା ପରେ ପ୍ରଥମଥର ପାଇଁ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ତେବେ ଗତକାଲି ଏହି କନସର୍ଟର ଶେଷ ଦିନ ଥିବା ବେଳେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ଭିଡ ଭିତରୁ ହ୍ୱାଇଟ୍ ସର୍ଟ ସହ ବ୍ଲାକ୍ ପ୍ୟାଣ୍ଟ ପିନ୍ଧି ହାତରେ ପାଣିବୋତଲ ଥରି କୈଲାଶ ଗୀତଗାଉଥିବା ଷ୍ଟେଜ୍ ଉପରକୁ ଫପାଡିଥିଲେ । ଯାହା କୈଲାଶଙ୍କୁ ଠିକ୍ ମୁଣ୍ଡ ଓପର ହୋଇଚାଲିଯାଇଥିଲା । ତେବେ ସେଠାରେ ଥିବା ସିକ୍ୟୁରିଟି ତୁରନ୍ତ ଯାଇ ସପୃକ୍ତ ଯୁବକଙ୍କୁ କାବୁ କରିନେଇଥିଲେ । ଏବଂ ପୋଲିସ ସେଠାରେ ପହଞ୍ଚି ଯୁବକ ଉଠାଇନେଇଥିଲା ।

Advertisement

ତେବ ୩ ଦିନର ସେହି କାର୍ଯ୍ୟକ୍ରମରେ କେବଳ କୈଲାଶ ଖେର ନୁହଁନ୍ତି । ବରଂ କନ୍ନଡ ଓ ବଲିଉଡ୍‌ର ଅନେକ ସିଙ୍ଗର ଓ କଳାକାର ମାନେ ଯୋଗଦେଇଥିଲେ । କନ୍ନଡ ସିଙ୍ଗର ଅଜର୍ଜନ୍, ଜାନ୍ୟା, ବିଜୟ ପ୍ରକାଶ, ରଘୁ ଦିକ୍ଷୀତ ଓ ଅନନ୍ୟା ଭଟ୍ଟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପରଫରମାନ୍ସ କରିଥିଲେ। ଏହା ବ୍ୟତୀତ ବଲିଉଡର ଅରମାନ ମଲ୍ଲିକ ଓ କୈଲାଶ ଖେର୍ଙ୍କ ଭଳି ଫେମସ୍ ସିଙ୍ଗର ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର କମାଲ ଦେଖାଇଥିଲେ।

Leave a Reply

Your email address will not be published. Required fields are marked *