Pratidin TV

Odisha's Digital News Platform

ଇଡି ସ୍କାନରେ ରହିଛନ୍ତି ବଲିଉଡର ଏହି ୧୭କଳାକାର , ଜୁଆଖେଳ ସହ ରହିଛି ସେମାନଙ୍କ ଲିଙ୍କ

1 min read

ମୁମ୍ବାଇ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ଆପ ମାମଲାର ଛାନଭିନ କରୁଛି ଇଡି । ଏବଂ ଏହି ତାଲିକାରେ କିଛି ବଲିଉଡ କଳାକାରଙ୍କ ଉପରେ ରହିଛି ଇଡିର ନଜର । ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୁଆରୀରେ ଦୁବାଇରେ ବିବାହ କରିଥିଲେ । ଉକ୍ତ ବିବାହରେ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଚର୍ଚ୍ଚାକୁ ଆସିଥିଲା । ଆଉଏହି ହାଇ ପ୍ରୋଫାଇଲ ବିବାହରେ ଏକାଧିକ ବଲିଉଡ କଳାକାର ସାମିଲ ହୋଇଥିଲେ । ତେବେ ସେମାନଙ୍କ ଭିତରୁ ୧୭ଜଣ ବଲିଉଡ କଳାକାର ଇଡି ସ୍କାନରରେ ରହିଛନ୍ତି । ବିବାହରେ ଯୋଗ ଦେବାକୁ ଯାଇ ୭ଷ୍ଟାର ହୋଟେଲ ରହିବା ତାସହ ବିବାହ ଉତ୍ସବରେ ଡ୍ୟାନ୍ସ କରିବା ଲାଗି କୋଟି କୋଟି ଟଙ୍କା ନେଇଥିଲେ । ସୌରଭଙ୍କ ବିରୋଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ବେଳେ ଦୁବାଇ ବିବାହରେ ସାମିଲ କଳାକାରଙ୍କୁ ସମନ କରିବା ନେଇ ଜଣା ପଡିଛି । ତେବେ ଏହି ତାଲିକାରେ ବଲିୁଡର ଟାଇଗର ଶ୍ରଫ, ସନ୍ନି ଲିଓନ,ଗାୟକ ନେହା କକ୍କର, ଆତିଫ ଅସଲମ, ରାହତ ଫତେହ ଅଲି ଖାନ, ଅଲି ଅସଗର,ବିଶାଲ ଦଡଲାନି, ଏଳି ଅବ୍ରାହମ,କମେଡି କୁଇନଭାରତୀ ସିଂ,କ୍ରୀତି ଖରବନ୍ଦା ,ନୁସରତ ବାରୁଚା,କୃଷ୍ଣ ଅଭିଷେକ ଭଳି ବଡ ବଡ କଳାକାର ସାମିଲ ହୋଇଥିଲେ । ପୂର୍ବରୁ ଏସମସ୍ତଙ୍କ ନାମ ଜଣା ପଡି ନଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସିଛି ନାଁ ।

ମହାଦେବ ଅନଲାଇନ ବେଟିଂର ତଦନ୍ତ ଗତବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଆଉ ଏବେ ଏଥିରେ ବଲିଉଡର ସଂଯୋଗ ସାମ୍ନାକୁ ଆସିଛି । ଦୁବାଇରୁ ଏକ ଅନଲାଇନ ବେଟିଂ ଆପ ଚଳାଉଥିବା ସୌରଭ ଚନ୍ଦ୍ରକର ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ରବି ଅପାଲଙ୍କ ବିରୋଧରେ ୫ ହଜାର କୋଟି ଟଙ୍କା ଟଙ୍କା ହେରଫେର ଅଭିଯୋଗ ଇଡି ଅନୁସନ୍ଧାନ କରୁଛି । ରିପୋର୍ଟ ଅନୁଯାୟୀ ସୌରଭ ଚନ୍ଦ୍ରକର ଏବଂ ରବି ଅପପାଲ ଦୁହେଁ ଛତିଶଗଡର ବାସିନ୍ଦା ଅଟନ୍ତି । ଇଡି ସୂତ୍ର ଅନୁସାରେ, ଚନ୍ଦ୍ରକର ୧୮ ସେପ୍େଟମ୍ବର ୨୦୨୨ ରେ ଦୁବାଇରେ ଆଉ ଏକ ପାର୍ଟିର ଆୟୋଜନ କରିଥିଲେ । ପାର୍ଟି ପାଇଁ ଏକ ୭ ତାରକା ହୋଟେଲ ବୁକ କରାଯାଇଥିଲା, ଯେଉଁଠାରେ ବଲିଉଡ ତାରକାମାନଙ୍କୁ ଯୋଗଦେବା ପାଇଁ ୪୦ କୋଟି ଟଙ୍କା ଦିଆଯାଇଥିଲା ।

Advertisement

ମହାଦେବ ଅନଲାଇନ ବେଟିଂ ଆପ୍ଲିକେଶନ ହେଉଛି ଏକ ଗେମ ଆପ ଯେଉଁଥିରେ ଗତ ବର୍ଷରେ ପ୍ରାୟ ଏକ ଲକ୍ଷ ଲୋକ ବେଟିଂ ଖେଳିଛନ୍ତି । ପ୍ରାୟ ୩୦ ଟି କେନ୍ଦ୍ରରୁ ଏହି ଆପ ପରିଚାଳିତ ହେଉଛି । କିନ୍ତୁ ପ୍ରମୋଟରମାନେ ବର୍ତ୍ତମାନ ଦୁବାଇରେ ଅଛନ୍ତି ଯେଉଁଠାରେ ବେଟିଂ ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ । ଇଡି ଆନୁଷ୍ଠାନିକ ଭାବେ ବଲିଉଡ ସେଲିବ୍ରିଟିଙ୍କ ନାମ ପ୍ରକାଶ କରି ନାହିଁ ।

Leave a Reply

Your email address will not be published. Required fields are marked *