Pratidin TV

Odisha's Digital News Platform

୩୦ ବର୍ଷର ପୁଅକୁ ସବୁଠାରୁ ଅଧିକ ଡରନ୍ତି ମିଷ୍ଟର ପରଫେକ୍ସନିଷ୍ଟ, କହିଲେ ଏହାର କାରଣ..

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ବେଶ ଜଣାଶୁଣା ହେଉଛନ୍ତି ଆମୀର ଖାନ । ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନୀକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଗତକିଛି ଦିନ ହେବ ଆମୀର ଖାନଙ୍କ ସହ ତାଙ୍କ ଝିଅ ଇରା ଖାନ ଏବଂ ପୁଅ ଜୁନେଦ ଖାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ପତ୍ନୀ ଠାରୁ ଆମୀରଙ୍କ ଏହି ୨ଜଣ ସନ୍ତାନ ଅଟନ୍ତି । ଝିଅ ଇରାଙ୍କ ବିବାହ ଖବର ଲଗାତାର ଭାବେ ନ୍ୟୁଜ ହେଡଲାଇଡ଼ରେ ରହି ଆସୁଥିବା ବେଳେ ଏବେ ତାଙ୍କପୁଅକୁ ନେଇ ଏକ ଖବର ଚର୍ଚ୍ଚାକୁ ଆସିଛି । ନିକଟରେ ଆମୀର ଖାନ ଏକ ସାକ୍ଷାତକାରରେ ତାଙ୍କ ପୁଅ ଜୁନେଦଙ୍କ ବିଷୟରେ କହିଥିଲେ । ସେ କହିଥିଲେ ଯେ ଯଦି ସେ କାହାକୁ ଭୟ କରନ୍ତି ତେବେ ଏହା ତାଙ୍କ ପୁଅ ଅଟେ । ଜୁନେଦଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି କଥା ମଧ୍ୟ କହିଥିଲେ ।

ଆମୀର ଖାନ କହିଛନ୍ତି ଯେ ଷ୍ଟାର ଛୁଆ ହୋଇଥିଲେ ମଧ୍ୟ ଜୁନେଦଙ୍କର ନିଜସ୍ୱ କାର ନାହିଁ ଏବଂ ସେ ସର୍ବଦା ସାଧାରଣ ପରିବହନ ଦ୍ୱାରା ଯାତ୍ରା କରିବାକୁ ପସନ୍ଦ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ପୁଅକୁ କାର ଦେବାକୁ ଚାହୁଁଛନ୍ତି କିନ୍ତୁ ସେ ବାପା ଆମିରଙ୍କଠାରୁ କାର ନେବାକୁ ମନା କରିଦେଇଛି । ପୁଅ ଜୁନାଦଙ୍କର ଶାନ୍ତ ପ୍ରକୃତିର । ସେ ଲୋକଙ୍କ ସହ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ପୁଅକୁ ନେଇ ଆମୀର ଏବଂ ତାଙ୍କ ପତ୍ନୀ ରିନାଙ୍କ ପାଇଁ ଚିନ୍ତାର ଲାଗି ରହିଥାଏ । ଜୁନେଦଙ୍କ ଆଚରଣ ଆରମ୍ଭରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହାଁନ୍ତି ।

ପୁଅ ଜୁନେଦ ଖାନଙ୍କ କ୍ୟାରିୟରକୁ ବିଷୟରେ କହିଥିଲେ ଯେ ସେ ‘ପ୍ରୀତମ ପ୍ୟାର’ ସହିତ ଚଳଚ୍ଚିତ୍ର ନିର୍ମାତା ଭାବେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ଆମୀରଙ୍କୁ ଏକ କ୍ୟାମୋଓ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ । ଚଳଚ୍ଚିତ୍ର ନିର୍ମାତା ଭାବରେ ଜୁନାଦଙ୍କ ଡେବ୍ୟୁ ତାଙ୍କ ପାଇଁ ଖୁସ ଖବର ଅଟେ । ସାକ୍ଷାତକାରରେ ଆମୀର ଖାନ ମଧ୍ୟ ତାଙ୍କର ପରବର୍ତ୍ତୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ଆଗାମୀ ଫିଚର ଫିଲ୍ମ ‘ସୀତାରେ ଜମିନ ପାର’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *