Pratidin TV

Odisha's Digital News Platform

ବିବାହ ବନ୍ଧନରେ ବାନ୍ଧିହେବେ କି ଅମୀରଙ୍କ ଝିଅ ଇରା ! ନିବନ୍ଧ କଲେ ଏହି ଫିଟ୍‌ନେସ୍ କୋଚ୍‌ଙ୍କୁ ,ଜାଣନ୍ତୁ ପୁରା ସତ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଷ୍ଟ୍ରେଟ୍ ଫରୱାଡ ହିରୋ ଆମୀର ଖାନ । ୫୭ ବର୍ଷ ବୟସରେ ମଧ୍ୟ ନିଜର ଦମ୍‌ଦାର ପରଫୋମାନ୍ସରେ ଜିତି ପାରିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ । ଚଳିତ ମାସ ଅଗଷ୍ଟ ୧୧ ତାରିଖ ଦିନ ଆମୀରଙ୍କ ଲାଲସିଂ ଚଡ୍ଡା ରିଲିଜ୍ ହୋଇଥିଲା । ଅନେକ ବାଦ ବିବାଦ ମଧ୍ୟରେ ଫିଲ୍ମଟି ରିଲିଜ୍ ହୋଇ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ସେଥିରେ ଆମୀରଙ୍କ ସହ କରିନାଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ପାଇଥିଲେ ଦର୍ଶକ । ତେବେ ଆମୀରଙ୍କ ପ୍ରସଂସଙ୍କ ପାଇଁ ଏକ ବଡ ଖବର ରହିଛି । ଅମୀର ଖାନଙ୍କ ଝିଅ ଇରା ନିକଟରେ ନିବନ୍ଧ କରିଥିବା କଥା ଶୁଣୁିବାକୁ ମିଳିଥିଲା । ସେ ବହୁ ସାଧାସିଦା ର୍ନିବନ୍ଧ କରିଥିବା ଶୁଣିବାକୁ ମିଳୁଥିଲା । ଯାହାକି ଏକ ପ୍ରକାରର ମିଛ ।

ଆମୀରଙ୍କ ଝିଅ ଇରା ମୁମ୍ବାଇର ଜଣେ ଫିଟ୍‌ନେସ୍ କୋଚ / ଆଥେଲେଟିକ୍ ଙ୍କୁ ଡେଟ୍ କରୁଛନ୍ତି । ଇରାଙ୍କ ବୟଫ୍ରେଣ୍ଡଙ୍କ ନାମ ନୂପୁର ଶିଖାରେ । ସେ ଇଟାଲୀରେ ଫେମସ୍ ଆଇରନ୍ ମ୍ୟାନ୍ ଶୋର ବିଜେତା ଅଟନ୍ତି । ଝିଅ ଇରା ଏସବୁ କଥା ଘରେ କହିବା ସହ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ , ନୂପୁର ଓ ତାଙ୍କ ଫଟୋ ଏବଂ ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ । ଦୁହେଁ ଏକ ଆଥେଲେଟିକ୍ସ ଶୋ ରେ ନଜର ଆସିଥିଲେ ।ତେବେ ନୂପୁର ସେ ଶୋ ରେ ଭାଗନେଇଥିବା ବେଳେ ଇରା ସେଠାରେ ଯୋଗ ଦେଇ ତାଙ୍କୁ ବେଶ୍ ଉତ୍ସାହିତ କରିଥିଲେ ।

Advertisement

ତେବେ ଏହି ଶୋର ଆରମ୍ଭ ହେବା ପୂର୍ବରୁ ନୂପୁର ଇରାଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରପୋଜ୍ କରିଥିଲେ । ଏବଂ ନୂପୁର ମଧ୍ୟ ସେ ପ୍ରପୋଜାଲକୁ ଗ୍ରହଣ କରିଥିଲେ । ଏହାପରେ ନୂପୁର ନିଜ ଆଣ୍ଡୁମାଡି ଇରାଙ୍କୁ ରିଙ୍ଗ ପିନ୍ଧାଇଥିଲେ ।ଯାହାକୁ ନେଇ ପ୍ରଶଂସକମାନେ ବର୍ତ୍ତମାନ ଆମୀରଙ୍କ ଝିଅର ବାହାଘର ଗୁଜବ ଉଠାଉଥିବାବେଳେ , ଭାଇରାଲ ହେଉଥିବା ରିଙ୍ଗ ପିନ୍ଧା ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । କିନ୍ତୁ ବାହାଘରକୁ ନେଇ ଇରା କି ନୂପୁର କିମ୍ବା ଆମୀର ଖାନଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।

Leave a Reply

Your email address will not be published. Required fields are marked *