Pratidin TV

Odisha's Digital News Platform

‘ଲୋକମାନଙ୍କ ଚିନ୍ତାଧାରା ଛୋଟ’ -ଆଶା ପାରେଖ

1 min read

ମୁମ୍ବାଇ : ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ପଠାନ୍ । ରିଲିଜ୍ ନହେବା ପୂର୍ବରୁ ହିଁ ଫିଲ୍ମକୁ ନେଇ ବଲିଉଡ୍‌ରୁ ରାଜନୀତି ଯାଏଁ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ପ୍ରଥମ ଗୀତ ବେସରମ୍ ରଙ୍ଗରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନୀକୁ ନେଇ ନିକଟରେ ଆନ୍ଦୋଳନ ଜୋର ଧରିଥିଲା । ଏହା ସହ ଲୋକମାନେ ଫିଲ୍ମକୁ ବନ୍ଦ କରାଇବା ସହ ଶାହରୁଖଙ୍କୁ ହତ୍ୟା ଧମକ୍ ମଧ୍ୟ ଦେଇଥିଲେ ।

ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧୁସନ୍ଥଙ୍କ ପର୍ଯ୍ୟନ୍ତ ସମସ୍ତେ ଗୀତଟିକୁ ଦୃଢ ନିନ୍ଦା କରିଥିଲେ । ଏମିତିକି କଥା ଏନଏଚଆସି ରେ ଯାଇ ପହଞ୍ଚିଥିଲା । କିନ୍ତୁ ଏନେଇ ବଲିଉଡ୍‌ରୁ କାହାରବି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଯାହାକୁ କିଙ୍ଗ୍‌ଖାନଙ୍କ ପାଇଁ ବେଶ୍ କଷ୍ଟଦାୟକ ଥିଲା । କିନ୍ତୁ ବର୍ତ୍ତମାନ ପଠାନ୍‌କୁ ନେଇ ମୁହଁ ଖୋଲିଛନ୍ତି ବଲିଉଡ୍‌ର ଭେଟନାରୀ ଅଭିନେତା ଆଶା ପାରେଖ । ୭୦ ଓ ୮୦ ଦଶକର ପପୁଲାର ଅଭିନେତ୍ରୀ ଆଶା ପାରେଖ। ନିଜ ଅଭିନୟ ବଳରେ ସେ ବି-ଟାଉନ୍ରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି, ଯାହାକୁ କେହିବି ସହଜରେ ଭୁଲିପାରିବେ ନାହିଁ।

୭୦ ଓ ୮୦ ଦଶକର ପପୁଲାର ଅଭିନେତ୍ରୀ ଆଶା ପାରେଖ। ନିଜ ଅଭିନୟ ବଳରେ ସେ ବି-ଟାଉନ୍ରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି, ଯାହାକୁ କେହିବି ସହଜରେ ଭୁଲିପାରିବେ ନାହିଁ। ନିକଟରେ ସେ ଏକ ସାକ୍ଷାତକରରେ ଆଜିକାଲିର ବଲିଉଡ ଫିଲ୍ମକୁ ନେଇ ଉଠୁଥିବା ବିବାଦ ବିଷୟରେ ନିଜ ମତ ରଖିଛନ୍ତି।

ତେବେ ନିକଟରେ ସେ ଏକ ସାକ୍ଷାତକାରରେ ଆଜିକାଲିର ବଲିଉଡ ଫିଲ୍ମକୁ ନେଇ ଉଠୁଥିବା ବିବାଦ ବିଷୟରେ ନିଜ ମତ ରଖିଥିଲେ ।ସେ କହିଥିଲେ ଯେ ‘ଆମ ମାନଙ୍କ ଚିନ୍ତା ଧାର ଖୁବ୍ ଛୋଟ ହୋଇଯାଇଛି’ । ସେଥିପାଇଁ ଭାରତର ଲୋକେ ଏମିତି କଥାରେ ନିଜର ସମୟ ନଷ୍ଟ କରୁଛନ୍ତି । ସେ ଆଉ ମଧ୍ୟ କହିଥିଲେ ଯେ ଫିଲ୍ମ ତ ଫିଲ୍ମ । ଏହାର କାମ ବିଭିନ୍ନ ପ୍ରକାରରେ ଲୋକମାନଙ୍କ ମନୋରଞ୍ଜନ କରିବା । ଯଦି କେହି କମଳା ବା ଗେରୁଆ ରଙ୍ଗର ପୋଷାକ ପିନ୍ଧିଦେଲା ତେବେ କଣ ତାକୁ ବନ୍ଦ କରାଯିବା ନିହାତି ଆବଶ୍ୟକ । ଏହା ଆଦୈ ଭଲ ନୁହେଁ ବରଂ ଆମଦେଶରେ ବଲିଉଡ୍ ଏହି କାରଣରୁ ମରିଯାଉଛି ବା ହଜିଗଲାଣି । ଦର୍ଶକେ ଯଦି ପ୍ରତି ଛୋଟ କଥାକୁ ବଡ ବନେଇବେ ତେବେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ଲୋକମାନଙ୍କ ମନୋରଞ୍ଜନ କରିପାରିବ ନାହିଁ ।

ଏମିତିରେ ବଲିଉଡ୍‌ରେ ବୟକଟ୍ ଟ୍ରେଣ୍ଡ ଚଳାଇ ଲୋକମାନେ ଅନେକ ଭଲ ଭଲ ଫିଲ୍ମକୁ ଫ୍ଲପ୍ କରିସାରିଛନ୍ତି । ଯେପରିକି ରାମ ସେତୁ , ରକ୍ଷାବନ୍ଧନ,ଦୃଶ୍ୟମ-୨ ଏଭଳି ଅନେକ । ଯଦି ବଲିଉଡ୍‌ର ଅବସ୍ଥା ଏପରି ରହିଲା ତେବେ ଖୁବ୍ କମ୍ ଦିନ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ପତନ ଘଟିବ । ଯାହା ଲୋକମାନଙ୍କ ମାନସିକାତାକୁ ଖୁବ୍ ଆଘାତ କରିବ ।

Leave a Reply

Your email address will not be published. Required fields are marked *