Pratidin TV

Odisha's Digital News Platform

ମା’ବନିଲେ ସ୍ୱରା ଭାସ୍କର , ପହାଦ୍‌ଙ୍କ ଘରକୁ ଆସିଲେ ନହ୍ନି ପରୀ ….

1 min read

ମୁମ୍ବାଇ ; ନିଜ ପ୍ରଫେସନାଲ ସହ ପର୍ସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର । ୧୬ ଫ୍ରେବୃଆରୀ ୨୦୨୩ ରେ ସ୍ୱରା ରାଜନେତା ପହାଦ୍‌ଙ୍କୁୁ ବିବାହ କରି ପ୍ରଶଂସକଙ୍କୁ ଚମକାଇଦେଇଥିଲେ । କାରଣ ବିବାହର କିଛିଦିନ ପୂର୍ବରୁ ସେ ଭାରତ ଯୋଡ ଆନ୍ଦୋଳନରେ ରାହୁଲ ଗାନ୍ଧୀଙ୍କୁ ନାଲି ଗୋଲାପ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏବଂ ରାହୁଲ-ସ୍ୱରାଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସ୍ୱରା ନିଜର ରିଲଶନସିପ୍‌କୁ ଦୁନିଆଠୁ ଲୁଚାଇ ରଖିଥିଲେ ଏବଂ ଶେଷରେ ଏହାକୁ ବିବାହରେ ପରିଣତ କରି ସମସସ୍ତଙ୍କୁ ସାମ୍ନାକୁ ଆଣିଥିଲେ ।

ଜୁନ୍ ୬ ରେ ସ୍ୱରା ନିଜ ପ୍ରେଗ୍‌ନେସିକୁ ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ସ୍ୱାମୀ ଫହାଦ୍‌ଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୫ ରେ ସ୍ୱରା ନିଜ ନିଜ ଇଷ୍ଟା ହ୍ୟାଣ୍ଡେଲରେ ମା’ହେବା ନେଇ ଫଟୋ ସେୟାର କରିଛନ୍ତି । ତେବେ ସେପ୍ଟେମ୍ବର ୨୩ରେ ମା ହୋଇଛନ୍ତି ସ୍ୱରା । ଏହାର ୨ ଦିନ ପରେ ସୋସିଆଲ ମିଡିଆରେ ଫଟୋପୋଷ୍ଟ କରି ନିଜ ଖୁସି ବାଣ୍ଟିଛନ୍ତି । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସ୍ୱରା । ସ୍ୱାମୀ ଫହାଦ୍ ଓ ସ୍ୱରା ମିଶି ଝିଅର ନାମ ‘ରାବିଆ’ ଦେଇଛନ୍ତି । ପ୍ରସିଦ୍ଧ ସୁଫି ସାଧୁ ରାବିଆ ବସ୍ରିଙ୍କ ନାମରେ ଝିଅର ନା ଦେଇଛନ୍ତି ।

ତେବେ ସ୍ୱରା ଫଟୋ ସହ କ୍ୟାପସନନ୍ନେିଜ ଝିଅଙ୍କ ପାଇଁ କିଛି ମଧୁର ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଏକ ପ୍ରାର୍ଥନା ଯାହା ଏବେ ଶୁଣାଗଲା,ଆଉ ତା ଆର୍ଶୀବାଦ ମିଳିଲା , ଏକ ଗୀତ ଯାହା ମନରେ ଫୁସ୍ ଫୁସ୍ ହୋଇ ଶୁଣାଗଲା । ଆଉ ତୁମେ ଜନ୍ମ ନେଲ ‘ରାବିଆ’ ତୁମର ଆମ ଖୁସିକୁ ପୂର୍ଣ୍ଣ କଲ । ମୋ ପାଇଁ ଏହା ଏକ ନୂଆ ଦୁନିଆ । ଧନ୍ୟବାଦ୍ ..

Leave a Reply

Your email address will not be published. Required fields are marked *