ଅଭିନେତ୍ରୀ ୟାମୀ ଗୌତମଙ୍କ ଘରକୁ ଆସିଲେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଜଣାଇଲେ ଖୁସି ଖବର ….
1 min readମାଆ ହେଲେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ । ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର । ବଲିଉଡ ଦମ୍ପତି ୟାମୀ ଗୌତମ ଏବଂ ଆଦିତ୍ୟ ଧର ମେ ୧୦ ରେ ନିଜ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ। ଏହି ଦମ୍ପତି ସୋମବାର ଇନଷ୍ଟାଗ୍ରାମରେ ନିଜ ପୁଅର ନାମ ପ୍ରକାଶ କରିଛନ୍ତି।
ସେମାନେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ଖବର ସେୟାର କରି କହିଛନ୍ତି ଯେ ସେମାନେ ତାଙ୍କ ନାମ ବେଦାବିଦ୍ ରଖିଛନ୍ତି। ଏହି ଖବର ଶୁଣିବା ପରେ ଅଭିନେତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
କହିରଖୁଛୁ କି, ୟାମୀ ଗୌତମ ଜୁନ ୪, ୨୦୨୧ରେ ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ । ଉଭୟଙ୍କ ଲଭଷ୍ଟୋରୀ ‘ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ’ ସେଟରୁ ଆରମ୍ଭ ହୋଇଥିଲା । ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ତିନି ବର୍ଷ ପରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ୟାମୀ ତାଙ୍କ ଫିଲ୍ମ ‘ଆର୍ଟିକିଲ ୩୭୦’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ମା ହେବା ଖୁସି ଖବର ଦେଇଥିଲେ । ତେବେ ବର୍ତ୍ତମାନ କୁନି ଅତିଥି ଉଭୟଙ୍କ ଘରକୁ ଆସିଛନ୍ତି ।