Pratidin TV

Odisha's Digital News Platform

ଅମ୍ବାନୀଙ୍କ ଘରେ ଏକାଠି ହେଲେ ବଲିଉଡର ସବୁ ସେଲିବ୍ରିଟି ମାନେ…

1 min read


ମୁମ୍ବାଇ: ଭାତରର ସବୁଠାରୁ ବଡ ବିଜନେସ୍ ମ୍ୟାନ ତଥା ମୁକେଶ ଅମ୍ବାନୀଙ୍କ ଘରେ ଏକାଠି ହେଲେ ବଲିଉଡର ସବୁ ସେଲିବ୍ରିଟି ମାନେ । ଅମ୍ବାନୀଙ୍କ ଘରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ନାମୀଦାମୀ ଅଭିନେତାଙ୍କ ଠାରୁ ଆରମ୍ଭ କରି ନାମୀଦାମୀ ଅଭିନେତ୍ରୀ ମାନେ ସେମାନଙ୍କ ପରିବାର ସହ ସେଠାରେ ଉପସ୍ଥିତ ଥିବା ନଜର ଆସିଥିଲେ । । ଶାହାରୁଖ ଖାନ, ସଲମନ ଖାନଙ୍କ ଠାରୁ ଆରମ୍ଭ କରି ଅଜୟ ଦେବଗନ୍‌,ସିଦ୍ଧାର୍ଥ ମାଲହୋତ୍ରା ଏବଂ ଐଶ୍ୱରିଆ ରାଏ ବଚନ, ଶ୍ରଦ୍ଧା କପୂର, ଦୀପିକା ପାଦୂକୋନଙ୍କ ଭଳି ସେଲିବ୍ରଟି ମାନେ ଯୋଗ ଦେଇଥିଲେ । ବଲିଉଡ୍ର କିଙ୍ଗଖାନ ଶାହାରୁଖ ତାଙ୍କ ପତ୍ନୀ ଗୈାରୀ ଖାନ ଝିଅ ସୁହାନା ଓ ପୁଅ ଅବରାମନଙ୍କ ସହ ନଜର ଆସିଥିଲେ । ସେହିପରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚନଙ୍କ ସହ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ସଲମନ ଖାନ ତାଙ୍କ ଭାଣିଜୀ ଅଲିଜେଙ୍କ ସହ ସେଠାକୁ ଆସିଥିଲେ । ସେଲିବ୍ରିଟି ମାନେ ବିଶେଷ କରି ପାରମ୍ପରିକ ଲୁକରେ ନଜର ଆସୁଥିବା ବେଳେ ବଲିଉଡ୍‌ର ସବୁଠାରୁ ଚଚ୍ଚିତ ମାରେଡ୍ କପୁଲ୍ ରଣବୀର ଓ ଦୀପିକାଙ୍କ ସମାନ ଲୁକରେ ଏକାଠି ଦେଖିବାକୁ ମିଳିଥିଲା ।


ତେବେ ସେପ୍ଟେମ୍ବର ୧୯ ତାରିଖରେ ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ପାଳନ ହେଉଥିବା ବେଳେ ସେହିଭଳି ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାରରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଅମ୍ବାନୀ ଦମ୍ପତୀ ମୁମ୍ବାଇ ସ୍ଥିତ ଆଣ୍ଟିଲିଆରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେଥିପାଇଁ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସେଲିବ୍ରଟି ମାନଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ବଲିଉଡର ଅନେକ ସେଲିବ୍ରିଟି ମାନେ ଏଥିିରେ ଅଂଶ ଗ୍ରହଣ କରିଥିଲେ ।

Advertisement


ତେବେ କେବଳ ଗଣେଶ ଚତୁର୍ଥୀ ନୁହେଁ ମୁକେଶ ଅମ୍ବାନୀଙ୍କ ପରିବାରରେ ଯେ କୈାଣସି ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେପରି ବିବାହ, ଜନ୍ମଦିନ ବା ଅନ୍ୟ କିଛି କାର୍ଯ୍ୟକ୍ରମରେ ସେଲିବ୍ରିଟି ମାନେ ଅଂଶଗ୍ରହଣ କରିଥାନ୍ତି । ଯାହାର ଫ ଟୋ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖୀବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *