Pratidin TV

Odisha's Digital News Platform

ବଲିଉଡର ଡ୍ରିମ୍‌ଗାର୍ଲ ହେମାମାଳିନଙ୍କର ଆଜି ହେଉଛି ଜନ୍ମଦିନ,୭୫ବର୍ଷରେ ପାଦଥାପିଲେ ହେମା…

1 min read

୮୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନି ଆଜି ତାଙ୍କର ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି । ହେମାଙ୍କ ଅଭିନୟ ଏବଂ ସୈାନ୍ଦର୍ଯ୍ୟକୁ ନେଇ ଲକ୍ଷ ଲକ୍ଷ ପ୍ରଶଂସକ ପାଗଳ । ଏହି ଅଭିନେତ୍ରୀ ନିଜ କ୍ୟାରିୟରରେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । କିନ୍ତୁ ଏତେ ସଂଖ୍ୟକ ଚଳଚ୍ଚିତ୍ରରେ କାମ କରିବାର ଯାତ୍ରା ସହଜ ହୋଇନାହିଁ । କାରଣ ହେମା ମାଲିନ ନିଜର ଶରୀର ପାଇଁ ପ୍ରତ୍ୟାଖାନର ସମ୍ମୁଖୀନ ହୋଇଥିଲେ । ତେବେ ହେମା ମାଳିନି ୧୯୪୮ ଅକ୍ଟୋବର ୧୬ରେ ତାମିଲନାଡୁର ଅମାନକୁଡିରେ ଜନ୍ମଗ୍ରହଣ କରିଥିଲେ । ଅଭିନେତ୍ରୀଙ୍କ ପ୍ରକୃତ ନାମ ଥିଲା ହେମା ମଲିନୀ ଚକ୍ରବର୍ତ୍ତୀ । କିନ୍ତୁ ଚଳଚ୍ଚିତ୍ର ଜଗତରେ ଆସିବା ପରେ ସେ ତାଙ୍କ ନାମରୁ ଚକ୍ରବର୍ତ୍ତୀ ହଟାଇ ଦେଇଥିଲେ । ସେ ନିଜ ପିଲାଦିନରେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲେ । ତାଙ୍କ ମାଙ୍କ ନିର୍ଦ୍ଦେଶରେ ଏହି ଫିଲ୍ମ ଲାଇନକୁ ଆସିଥିଲେ । କିନ୍ତୁ ହେମାଙ୍କ ଯାତ୍ରା ଏତେ ସହଜ ନଥିଲା । ତାଙ୍କୁ ଅନେକ ଥର ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହେବାକୁ ପଡିଲା । କାରଣ ଅଭିନୟ କ୍ୟାରିଅର ଆରମ୍ଭ ରେ ହେମା ବହୁତ ପତଳା ଥିବାରୁ ଅଡିସରନରେ କଟି ଯାଇଥିଲେ । ପରେ କୈାଣସି ପ୍ରକାରେ ହେମା ଏକ ତାମିଲ ଚଳଚ୍ଚିତ୍ର ପାଇଁ ଚୟନ ହୋଇଥିଲେ କିନ୍ତୁ ନିର୍ଦ୍ଦେଶକ ୪ ଦିନର ସୁଟିଂ ପରେ ଅଭିନେତ୍ରୀଙ୍କୁ ଫିଲ୍ମରୁ ହଟାଇ ଦେଇଥିଲେ । ଏତେ ପ୍ରତ୍ୟାଖ୍ୟାନ ପରେ ମଧ୍ୟ ହେମା ହାର ମାନିନଥିଲେ ଏବଂ ଚଳଚ୍ଚିତ୍ର ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ । ହେମା ତାଙ୍କ କ୍ୟାରିୟର ମଧ୍ୟରେ ୧୦୦ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଭଲ ଅଭିନୟ ପାଇଁ ସେ ପଦ୍ମଶ୍ରୀ ଏବଂ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *