Pratidin TV

Odisha's Digital News Platform

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲି ଖାନ୍ , ହେଲା ଅସ୍ତ୍ରୋପଚାର …

1 min read

ବଲିଉଡ୍ ନବାବ୍ ସୈଫ ଅଲି ଖାନଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କୁ ବର୍ତ୍ତମାବ ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ମିଳିଛି । ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି ।

ଏକ ସୁଟିଂ ସମୟରେ ସେଫ୍‌ଙ୍କ କାନ୍ଧ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲା । ଆଜି ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ତେବେ ଫିଲ୍ମ ସୁଟିଂରେ ଅନେକ ଥର ଆହତ ହୋଇ ସୈଫଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିଛି । ଏନେଇ ସୈଫ୍ କହିଛନ୍ତି ଯେ ଏହା କୌଣିସି ଚିନ୍ତାର ବିଷୟ ନୁହେଁ ବରଂ ଆମ ସହ ଏମିତି ଅନେକ ଥର ହୁଏ । ମୁଁ ଖୂବ୍ ଶୀଘ୍ର ଠିକ୍ ହୋଇଯିବ ଆଉ ମୋ ଶୁଭ ଚିନ୍ତକ ମାନଙ୍କୁ ଧନ୍ୟବାଦ୍ ମୋ ବିଷୟରେ ଏତେ ଚିନ୍ତା କରୁଥିବାରୁ ।

Advertisement

Leave a Reply

Your email address will not be published. Required fields are marked *