Pratidin TV

Odisha's Digital News Platform

ଶୁଣିବା ଶକ୍ତି ହରାଇଛନ୍ତି ବଲିଉଡ ସିଙ୍ଗର ଅଲକା ୟାଗନିକ

1 min read

ନବେ ଦଶକର ଅନେକ ହିଟ ଗୀତ ଗାଇଥିବା ବଲିଉଡର ଅତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଳକା ୟାଗ୍ନୀକକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର | ବାସ୍ତବରେ ଗାୟିକା ଜଣକ ନିଜ ଶ୍ରବଣ ଶକ୍ତି ହରାଇ ବସିଛନ୍ତି | ଏନେଇ ଅଳକା ନିଜେ ସୋସିଆଲ ମିଦୀରେ ଏ ବିଷୟରେ ସୂଚନା ଦେଇଛନ୍ତି |

ଏପରି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ନେଇ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି | ଅଳକା ୟାଗ୍ନୀକ ନିଜେ ଏକ ପୋଷ୍ଟ କରି ତାଙ୍କ ସମସ୍ୟା ବିଷୟରେ ଜଣାଇଛନ୍ତି | ସେ ଲେଖିଛନ୍ତି କିଛି ସପ୍ତାହ ମୁଁ ବୀମାନରୁ ଓହ୍ଲାଇବା ପରେ ଅନୁଭବ କରିଥିଲି ଯେ ମତେ କିଛି ଅନୁଭବ ହେଉନାହିଁ | ପରବର୍ତ୍ତୀ କିଛି ସପ୍ତାହ ମଧ୍ୟରେ ସାହସ ସଂଗ୍ରହ କରିବା ପରେ ଆପଣ ମାନଙ୍କ ସହ ମୁଁ ସେୟାର କରୁଛି | ଭାଇରାଲ ସଂକ୍ରମ ହେତୁ ମୁଁ ସ୍ନାୟୁ ଶ୍ରବଣ ଶକ୍ତି ହରାଇ ବସିଛି | ଏହି ସମସ୍ୟା ମତେ ଚକିତ କରିଦେଇଛି | ଯେହେତୁ ମୁଁ ଏହି ରୋଗ ସହ ସଂଘର୍ଷ କରୁଛି ଏଣୁ ମୁଁ ମୋ ପ୍ରଶଂସକ ଏବଂ ଯୁବ ସହକର୍ମୀଙ୍କ ବହୁତ ଉଚ୍ଚ ସ୍ୱର ଏବଂ ହେଡ଼ଫୋନ ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଉଛି |

Advertisement

ନିଜ ଶ୍ରବଣ ଶକ୍ତି ହରାଇ ବସିଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା | ୯0 ଦଶକରୁ ଏପର୍ଯ୍ୟନ୍ତ ହିଟ ଗୀତ ଦେଇ ଆସିଛନ୍ତି ବଲିଉଡ ଗାୟିକା ଅଳକା ୟାଗ୍ନୀକ | ତେବେ ବିରଳ ରୋଗରେ ପୀଡିତ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି ଅଳକାଙ୍କ ଫ୍ୟାନ୍ସ |

Leave a Reply

Your email address will not be published. Required fields are marked *