Pratidin TV

Odisha's Digital News Platform

ବଲିଉଡ୍ ସିଙ୍ଗର ସୋନୁ ନିଗମଙ୍କ ଘରୁ ଚୋରୀ ହେଲା ୭୨ ଲକ୍ଷ ,ସିସିଟିଭି ଫୁଟେଜ୍ ଦେଖି ଆଶ୍ଚର୍ଯ୍ୟ ଘରଲୋକ …

1 min read

ମୁମ୍ବାଇ : ବଲିଉଡ୍‌ରୁ ଆସିଲା ଆଶ୍ଚର୍ଯ୍ୟ ଖବର । ଫେମସ୍ ସିଙ୍ଗର ସୋନୁ ନିଗମଙ୍କ ଘରେ ବୁଲିଲା କଳାକନା , ଲୁଟିନେଲେ ୭୨ରୁ ଉର୍ଦ୍ଧ ଟଙ୍କା । ସୂଚନା ଯୋଗ୍ୟ ଯେ ମୁମ୍ବାଇରେ ରହୁଥିବା ସୋନୁଙ୍କ ପରିବାରରୁ ୭୨ ଲକ୍ଷ ଟଙ୍କା ଚୋରୀ ହୋଇଛି । ତାଙ୍କ ବାପା ଅଗମ ନିଗମ ରହୁଥିବା ମୁମ୍ବାଇ ଅନ୍ଧେରି ୱେଷ୍ଟର ଓଶିୱାରା ଘରେ କଳାକନା ବୁଲାଇଛି ଚୋର । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୋନୁଙ୍କ ପରିବାର । କାରଣ ଘରେ ଲାଗିଥିବା ସିସିଟିଭି ଫୁଟେଜର ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁରା ପରିବାର ।

ସୋନୁଙ୍କ ବାପା ଅଗମ କୁମାରଙ୍କ ପାଖରେ ଦୀର୍ଘ ୮ ମାସ ଧରି ରୋହନ ନାମକ ଜଣେ ଡ୍ରାଇଭର କାମ କରୁଥିଲେ । କିନ୍ତୁ ଡ୍ରାଇଭର ଜଣଙ୍କର ଖାମଖିଆଲି ଗୁଣ ଯୋଗୁ ଅଗମ ତାଙ୍କୁ କାମରୁ ବାହର କରିଦେଇଥିଲେ । ବର୍ତ୍ତମାନ ରୋହନ ହିଁ ଘରେ ପସି ଟଙ୍କା ହଡପ୍ କରିଥିବା ଅଭିଯୋଗ କରିଛନ୍ତି ପରିବାର । ବାରତୀୟ ପ୍ୟାନେଲ କୋଡ ଧାରା ୩୮୦,୪୫୪ ଏବଂ ୪୭୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।

Advertisement

ସୋନୁଙ୍କ ବାପା ଅଗମଙ୍କ ବୟାନ ଅନୁସାରେ ମାର୍ଚ୍ଚ ୨୨ ତାରିଖରେ ସେ ନିଜ ଝିଅ ଘରକୁ ଖାଇବାକୁ ଯାଇଥିଲେ । ଖାଇବା ସାରି ଘରକୁ ଫେରିଦେଖନ୍ତି ତାଙ୍କ ଡିଜିଟାଲ ଲକରରୁ ୭୨ ଲକ୍ଷ ଟଙ୍କା ଗାୟବ ଥିଲା । ଏନେଇ ସେ ପୁଅ ଝିଅ ସଭିଙ୍କୁ ଡାକି ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ । ଯେଉଁଥିରେ ତାଙ୍କ ପୁରୁଣା ଡ୍ରାଇଭର ସିସିଟିଭିରେ ନଜର ଆସିଥିଲେ । ଏହାପରେ ଅଗମ ଓ ତାଙ୍କ ଝିଅ ନିକିତା ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *