Pratidin TV

Odisha's Digital News Platform

ସଲମାନ୍, ଦୀପିକା ଓ ରଣବୀର ଠୁ ଆଲିଆ ଅନନ୍ତଙ୍କ ସଙ୍ଗୀତ ସେରିମନୀରେ ଲଗାଇଲେ ଚାରଚାନ୍ଦ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଓ ରାଧିକାଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଷ୍ଟେଜରେ ନିଆଁ ଲଗାଇଦେଲେ ବଲିଉଡ ଷ୍ଟାର | ବ୍ୟାକ ଟୁ ବ୍ୟାକ ପରଫରମାନ୍ସରେ ଅନନ୍ତଙ୍କ ବିବାହକୁ କଲେ ଗ୍ରାଣ୍ଡ ସ୍ୱାଗତ | ଖାଲି ସଲମାନ କି ରଣବୀର ନୁହେଁ, ଦୀପିକା ପାଦୁକନ, କିଆର ଆଡ଼ଭାନୀ, ସିଦ୍ଧାର୍ଥ ମଲୋହୋତ୍ରା,ଜାନାଭି କପୁର, ବିକି କୌଶଳ, ପରି ଅନେକ ଷ୍ଟାର ସଙ୍ଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ଅନନ୍ତଙ୍କୁ ବ୍ଲ୍ୟୁ ଏବଂ ସିଲଭର ରଙ୍ଗରେ କୁର୍ତାରେ ଦେଖିବାକୁ ମିଳିଥିବା ବେଇଲା ରାଧିକାଙ୍କୁ ମଧ୍ୟ ପିଙ୍କ ଏବଂ ସିଲଭର ରଙ୍ଗର ଲେହେଙ୍ଗା ଆଉଟଫିଟରେ ନଜର ଆସିଥିଲେ |

ତେବେ ସଲମାନ ଖାନ ଅନନ୍ତଙ୍କ ସହ ନିଜ ଫିଲ୍ମ ୨000 ମସିହାରେ ରିଲିଜ ହୋଇଥିବା ହର ଦିଲ ଜୋ ପ୍ୟାର କରେଙ୍ଗା ଫିଲ୍ମର ପେହ୍ଲି ବାର ପ୍ୟାର ହୁଆ ହେ ଗୀତରେ ଷ୍ଟେଜରେ ନାଚିଥିଲେ | ଯେଉଁଥିରେ ସଲମାନ କଳା ରଙ୍ଗ ସୁଟରେ ନଜର ଆସୁଥିବା ବେଳେ ଅନନ୍ତଙ୍କ ମଧ୍ୟ ଆଉଟଫିଟ ଚାରଚାନ୍ଦ ଲଗାଇ ଦେଉଥିଲା |

ତେବେ ଆସନ୍ତା ୧୨ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ଙ୍କ ପୁଅ ଅଣନାଣ୍ଟ ଅମ୍ବାନିଙ୍କ ବିବାହ ହେବ | ଏହାସହ ଜୁଲାଇ ୧୩ ରେ ଆଶୀର୍ବାଦ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି ଏବଂ ଜୁଲାଇ ୧୪ରେ ରିସେପ୍ସନ ରଖାଯାଇଛି | ସେହିପରି ବିବାହ ପାଇଁ ଡ୍ରେସକୋଡ଼ ଭାରତୀୟ ପାରମ୍ପରିକ ଭାବରେ ରଖାଯାଇଛି | ଏହି ସମସ୍ତ କାର୍ଯ୍ୟକ୍ରମ ଜିଓ ୱାର୍ଲଡ ସେଣ୍ଟରରେ ଅନୁଷ୍ଠିତ ହେବ |

Leave a Reply

Your email address will not be published. Required fields are marked *