Pratidin TV

Odisha's Digital News Platform

ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼, ସିସିଟିଭି ରେ କଏଦ ହେଲା ଦୃଶ୍ୟ

1 min read

କଟକ : ଗତକାଲି ବିଳମ୍ବିତ ରାତିରେ ବାଙ୍କୀ କୁସୁପଙ୍ଗି ପଞ୍ଚାୟତ ର ନିସ୍ତିପୁର ଅଞ୍ଚଳ ର ପୂର୍ବତନ ସରପଞ୍ଚ ପୁଷ୍ପଲତା ପରିଡା ଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।

Advertisement

ସୂଚନା ଅନୁଯାୟୀ ଗତ ସୋମବାର ବିଳମ୍ବିତ ରାତି ପ୍ରାୟ ୧:୧୪ ମିନିଟ ସମୟରେ ରେ କିଛି ଦୁର୍ବୁର୍ତ୍ତ ଆସି ପୂର୍ବତନ ସରପଞ୍ଚ ଙ୍କ ଘର ଉପରକୁ ବୋମା ମାଡ଼ କରି ସେଠାରୁ ପଳାଇଯାଇଛନ୍ତି ଏବଂ ଏହି ଘଟଣା ମଧ୍ୟ୍ୟ ସିସିଟିଭି ରେ କଏଦ ହୋଇଛି ।

ଖବର ପାଇ ବାଙ୍କୀ ପୋଲିସ ବିଭାଗ ର ଭାରି ପ୍ରାପ୍ତ ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣା ସ୍ଥଳରେ ପହଂଚି ଦୁର୍ବୁର୍ତ୍ତ ଙ୍କ ର ଏକ ଗାମୁଛା ଓ କିଛି ଅଫୁଟା ବୋମା କୁ ଉଦ୍ଧାର କରି ସିସିଟିଭି ଫୁଟେଜ ଆଧାର ରେ ତଦନ୍ତ ଚଳାଇଛନ୍ତି । ଏଠି କହିରଖିବାକୁ ଚାଁହୁଛୁ କି ଏଇ କିଛି ଦିନ ତଳେ ଉକ୍ତ ସରପଞ୍ଚ ଙ୍କ ର ସେହି ଗ୍ରାମ ରେ ଥିବା ଅନ୍ୟ ଏକ ଘର ଠାରେ ରହିଥିବା ଏକ ବୋଲେରୋ ଗାଡିକୁ ମଧ୍ୟ ଦୁର୍ବୁର୍ତ୍ତ ଜାଳିଦେଇଥିଲେ । ତେଣୁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହା ଉପରେ ପ୍ରଶାସନ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଏବଂ ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀ ଅସିତ କୁମାର ଜେନା ।

Leave a Reply

Your email address will not be published. Required fields are marked *