Pratidin TV

Odisha's Digital News Platform

ରାଜଧାନୀରେ ବୋମା ମାଡ , ବାଇକ୍‌ରେ ଆସି ଫିଙ୍ଗିଲେ ବୋମା …

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରେ ଚାଞ୍ଚଲ୍ୟ । ବାଇକ୍‌ରେ ଆସି ବୋମା ମାଡ କଲେ ୪ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସମୟରେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ କରିଥିଲେ ୪ ଯୁବକ ।

ସେମାନେ ଦୁଇଟି ବାଇକରେ ଆସି ବୋମ। ଫିଙ୍ଗି ଚାଲିଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ବୋମା ମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

ଖଣ୍ଡଗିରି ଥାନା ପୁଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *