Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା , ବିଜେଡି ପାର୍ଟି ଅଫିସରେ ବୋମାମାଡ ..

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନେତା ମାନେ କରୁଛନ୍ତି ଜୋରଦାର ପ୍ରଚାର । ତେବେ ଏହାରି ମଧ୍ୟରେ ଦେଖୀବାକୁ ମିଳିଛି  ରାଜନୈତିକ ହିଂସା  । ବିଜେଡି ପାର୍ଟି ଅଫିସକୁ ହୋଇଛି  ବୋମାମାଡ ।  ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।

ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ଘଟିବା ବେଳେ ୨୦ରୁ ଅଧିକ କର୍ମଚାରୀ କାର୍ଯ୍ୟାଳୟରେ ଏକ ବୈଠକ କରୁଥିଲେ । ବୋମାମାଡ଼ ଫଳରେ ଏକ ବାଇକ କ୍ଷତିଗ୍ରସ୍ତ ହୋଇଛି। କୌଣସି ଲୋକ ଆହତ ହୋଇନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଉକ୍ତ ଘଟଣାରେ କିଛି ବିଜେଡି କର୍ମୀ ବାଇକରେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ପଳାଇଥିବାର ଦେଖିଥିବାର କହିଛନ୍ତି। ଏହି ବିସ୍ଫୋରଣ ସମଗ୍ର ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରିଛି  । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ବିଳମ୍ବିତ ରାତିରେ ଛାନଭିନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *