Pratidin TV

Odisha's Digital News Platform

ବିଜେପି କାର୍ଯ୍ୟାଳୟ ବାହାରେ ବୋମା ଆତଙ୍କ ! ଘଟଣାସ୍ଥଳରେ ଯାଞ୍ଚ କଲା ପୋଲିସ

1 min read

ରବିବାର ଜୁନ୍ ୧୬ ପଶ୍ଚିମବଙ୍ଗର କୋଲକାତାସ୍ଥିତ ବିଜେପି କାର୍ଯ୍ୟାଳୟ ବାହାରେ ଏକ ବୋମା ଭଳି ସନ୍ଦେହଜନକ ବସ୍ତୁ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ବଙ୍ଗଳା ପୋଲିସ ଟିମ୍, ବୋମ ସ୍କ୍ୱାଡ୍ ଏବଂ କୁକୁର ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ |

ତେବେ ସେହି ସମୟରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲାବୀୟ X ରେ ଲେଖିଛନ୍ତି, କୋଲକାତା ମଧ୍ୟଭାଗରେ ମୁରଲୀଧର ଲେନ ବିଜେପିର କାର୍ଯ୍ୟାଳୟ ବାହାରେ ଏକ ଦେଶୀ ବୋମା ମିଳିଥିଲା | ମାଲାବୀୟ କହିଛନ୍ତି ଯେ ଏଥିପାଇଁ ପଶ୍ଚିମବଙ୍ଗର ଗୃହମନ୍ତ୍ରୀ ଭାବରେ ମମତା ବାନାର୍ଜୀ ସିଧାସଳଖ ଦାୟୀ |

ମୁରଲୀଧର ଲେନ ବୁଜେପି କାର୍ଯ୍ୟାଳୟ ବାହାରେ ଉଦ୍ଧାର ହୋଇଥିବା ସନ୍ଦେହଜନକ ଜିନିଷ ବୋମା ନୁହେଁ ବୋଲି କୋଲକାତା ପୋଲିସ ଏକ ବିବୃତ୍ତି ଜାରି କରିଛି। ପୋଲିସ ଦାବି କରିଛି ଯେ ଏହା ବୋମା ନୁହେଁ, ବରଂ ଏହା ପରି ଦେଖାଯାଉଥିବା ଗୋଲାକାର ବସ୍ତୁ। ପୋଲିସ କହିଛି ଯେ ଏହା ଏକାସାଙ୍ଗରେ ବନ୍ଧା ହୋଇଥିଲା, ଯେଉଁଥିପାଇଁ ଏହା ବୋମା ପରି ଦେଖାଯାଉଥିଲା। ତେବେ ପୋଲିସ ଏହି ଅଞ୍ଚଳର ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *