Pratidin TV

Odisha's Digital News Platform

ବିମାନରେ ବୋମା ଆତଙ୍କ , ଉଡ଼ନ୍ତା ବିମାନରୁ ଓହ୍ଲାଇଲେ ଯାତ୍ରୀ ..

1 min read

ଥମୁନି ବୋମା ଆତଙ୍କ  ।  ପ୍ରଥମେ ଦିଲ୍ଲୀ-ଏନସିଆରର ଘରୋଇ ବିଦ୍ୟାଳୟରେ ବୋମା ବିପଦ ଥିବା ଏକ ଇମେଲ ଆସିଥିଲା । ଏହା ପରେ ଗୁଜୁରାଟ ଏବଂ ପରେ ରାଜସ୍ଥାନର ବିଦ୍ୟାଳୟରେ ଧମକ ମିଳିଥିଲା । ଏତିକି ନୁହେଁ ଦିଲ୍ଲୀର ଡାକ୍ତରଖାନା ଏବଂ ଆଇଜି ବିମାନ ବନ୍ଦରକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା । କିନ୍ତୁ ସମସ୍ତ ଧମକ କେବଳ ଗୁଜବ ରୂପେ ପରିଣତ ହୋଇଥିଲା । ବର୍ତ୍ତମାନ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିଛି । ଦିଲ୍ଲୀ ବିମାନ ବନ୍ଦରରେ ଏକ ବିମାନରେ ବୋମା ରହିଥିବା ଖବର ପ୍ରସାରିତ ହେବା ପରେ ଆତଙ୍କ ଖେଳି ଯାଇଥିଲା । ବିମାନଳର ଶୌଚାଳର ଟିସ୍ୟୁ ପେପରରେ ବୋମା ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣା ରକେ ଯାତ୍ରୀମାନେ ବିମାନରୁ ଓହ୍ଲାଇଥିବା ବେଳେ ସୁରକ୍ଷା ଏଜେନ୍ସି ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ଅନୁସନ୍ଧାନ ପରେ ବୋମା ସମ୍ବନ୍ଧୀୟ ତଥ୍ୟକୁ ଗୁଜବ ବୋଲି କୁହାଯାଇଛି । ପୋଲିସ ଏହି ଧମକକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ।

ସଚନାନୁସାରେ ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ରହିଥିବା ଧମକ ଦିଆଯାଇଥିଲା । ଏହି ସମୟରେ ବିମାନର ଶୌଚାଳୟରେ ଏକ ଟିସୁ ପେପର ମିଳିଥିଲା । ଯେଉଁଥିରେ ବୋମା ଲେଖାଯାଇଥିଲା ।  ଏହାକୁ ଜଣେ ଯାତ୍ରୀ ପଢିଥିଲେ, ପରେ ସେଠାରୁ ସେ କୁ ସଦସ୍ୟମାନଙ୍କୁ ଜଣାଇ ଥିଲେ । ଏହା ପରେ ଯାତ୍ରୀ ଏବଂ କୁ ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବୋମା ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ବୋମା ନିଷ୍କ୍ରିୟ ସ୍କ୍ୱାଡ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ଯାତ୍ରୀଙ୍କ ପ୍ରତ୍ୟେକ ସାମଗ୍ରୀ ମଧ୍ୟ ଯାଞ୍ଚ କରାଯାଇଥିଲା, କିନ୍ତୁ ସନ୍ଦେହଜନକ କିଛି ମିଳି ନଥିଲା । ତେବେ ଗତ କିଛି ଦିନ ହେବ ଲଗାତାର ବୋମା ଧମକ  ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି  ।

Leave a Reply

Your email address will not be published. Required fields are marked *