Pratidin TV

Odisha's Digital News Platform

ଏକକାଳୀନ ୧୫ଟି ସ୍କୁଲକୁ ମିଳିଲା ଧମକ- ଆଖି ପିଛୁଳାକେ ଉଡାଇ ଦେବୁ…

1 min read

ଗୋଟିଏ ଦିନରେ ଏକକାଳୀନ ୧୫ଟି ସ୍କୁଲକୁ ମିଳିଲା ଧମକପୂର୍ଣ୍ଣ ଇ-ମେଲ । ଧମକ ପାଇବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖେଳିଗଲା କୋକୁଆ ଭୟ । ଶୁକ୍ରବାର ସକାଳୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ବେଙ୍ଗାଲୁରୁ ପୋଲିସର ନିଦ ହଜିଯାଇଛି । ଇମେଲ୍ ମାଧ୍ୟମରେ କୁହାଯାଇଛି ଯେ ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ବୋମା ରଖାଯାଇଛି । ଏହି ଘଟଣାକୁ ନେଇ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ବୋମା ଧମକ ପରେ ପୋଲିସ ଲଗାତାର ବିଦ୍ୟାଳୟରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରି ସ୍କୁଲ ଖାଲି କରି ଦିଆଯାଇଛି । ଏହାପରେ ବମ୍ ସ୍କ୍ୱାର୍ଡ ସ୍କୁଲରେ ପଶି ତନ ତନ କରି ଯାଞ୍ଚ କରୁଛନ୍ତି । ସମସ୍ତ ସ୍କୁଲ ବସ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି ।

ତେବେ ବାଙ୍ଗାଲୁରର ପ୍ରତିଷ୍ଠିତ ଘରୋଇ ସ୍କୁଲ ସମସ୍ତ ଛୋଟ ଛୋଟ ସ୍କୁଲ ବି ଟାର୍ଗେଟକୁ ଚାଲି ଆସିଛନ୍ତି । ଏପରିକି ୧୫ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଏକସଙ୍ଗେ ଇ-ମେଲ୍ ଆସିଛି । ଆଜି ସକାଳେ ସ୍କୁଲ କର୍ମଚାରୀ ଏ ସମ୍ପର୍କରେ ଜାଣି ପାରି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ସେପଟେ ବେଙ୍ଗାଲୁରୁ ପୋଲିସ କମିଶନର କହିଛନ୍ତି ଯେ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ସ୍କୁଲ ଗୁଡିକୁ ଇମେଲ ମାଧ୍ୟମରେ ବୋମା ଧମକ ଦିଆଯାଇଛି । ଖବର ପାଇ ବିଦ୍ୟାଳୟଗୁଡ଼ିକରୁ ପିଲାମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଅଭିଭାବକମାନଙ୍କୁ ଛାତ୍ରମାନଙ୍କୁ ଘରକୁ ନେବାକୁ କୁହାଯାଇଥିଲା । ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ଅପରେସନରେ ଏ ପର୍ଯ୍ୟନ୍ତ କିଛି ମିଳିନାହିଁ । ଏହା ଫେକ୍ କଲ୍ ବୋଲି ପୋଲିସ ଅନୁମାନ କରିଛି । ତଥାପି ସୁରକ୍ଷା ଦୃଷ୍ଟିରୁ ପୋଲିସ ଖୋଜାଖୋଜି ଜାରି ରଖିଛି ।

Leave a Reply

Your email address will not be published. Required fields are marked *