Pratidin TV

Odisha's Digital News Platform

ଦିଲ୍ଲୀରେ ବୋମା ଧମକ ଆତଙ୍କ; ସ୍କୁଲ ପରେ ହସ୍ପିଟାଲର ପାଳି

1 min read

ନିକଟରେ ଦିଲ୍ଲୀରେ କେତେକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଥିଲା | ଲୋକେ ଏହି ଧମକ ଭୁଲିବା ପୂର୍ବରୁ ରାଜଧାନୀର ୨ଟି ବଡ଼ ହସ୍ପିଟାଲକୁ ଇ-ମେଲ ମାଧ୍ୟମରେ ବୋମା ବିସ୍ଫୋରଣ ଧମକ ଦିଆଯାଇଛି | ଏହାପରେ ଚାରିଆଡେ ଆତଙ୍କ ଖେଳି ଯାଇଛି |

ସୂଚନା ଅନୁଯାୟୀ ଦିଲ୍ଲୀର ଜଣାଶୁଣା ବୁରାଡି ହସ୍ପିଟାଲ ଓ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକ ଆସିବା ପରେ ପୋଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଛାନଭିନ ସହ ଯାଞ୍ଚ କରିଛି | ବମ ସ୍କ୍ୱାର୍ଡ ମଧ୍ୟ ହସ୍ପିଟାଲରେ ପହଞ୍ଚି ଯାଞ୍ଚ କରିଛନ୍ତି |

Advertisement

ତେବେ ଡିଏସ୍‌ପି ସଞ୍ଜୀବ ମୀନାଙ୍କ କହିବା ଅନୁସାରେ, ପ୍ରଥମେ ରବିବାର ଦିନ ୩ଟା ବେଳେ ବୁରାଡି ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ୪୫ ମିନିଟ୍‌ ପରେ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ସମାନ ମେଲ୍‌ ଆସିଥିଲା। ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ଟିମ୍‌, ବମ ସ୍କ୍ୱାଡ୍‌, ଦମକଳ ବିଭାଗର ଟିମକୁ ନିୟୋଜିତ କରାଯାଇଛି।ହସ୍ପିଟାଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି |

ଗତ ସପ୍ତାହରେ ସ୍କୁଲରେ ବୋମା ଧମକ ଗୁଜବ ବୋଲି ଜଣାପଡିଥିଲା | ବର୍ତ୍ତମାନ ହସ୍ପିଟାଲରେ ମଧ୍ୟ ସମାନ ଇ-ମେଲରେ ଧମକ ମିଳିଛି | ଏଥିପାଇଁ ପୋଲିସ ପକ୍ଷରୁ ସତର୍କ ଏବଂ ସର୍ଚ୍ଚ ଅପରେସନ ଜାରି ହୋଇଛି |

Leave a Reply

Your email address will not be published. Required fields are marked *