Pratidin TV

Odisha's Digital News Platform

ଇମେଲରେ ଆସିଲା ଧମକ , ରାଜଧାନୀରେ ୧୦୦ ସ୍କୁଲରେ ଫୁଟିବ ବୋମା

1 min read

ରାଜଧାନୀରେ ୧୦୦ ସ୍କୁଲରେ ଫୁଟିବ ବୋମା । ଇମେଲରେ ଧମକପୂର୍ଣ୍ଣ ଇମେଲ ଆସିଛି । ଯେଉଁଥିରେ ରାଜଧାନୀରେ ୧୦୦ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି । ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ । ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୁଲିସ । ଏଥି ସହିତ, ସୂଚନା ସାମ୍ନାକୁ ଆସୁଛି ଯେ ଇମେଲର ସର୍ଭର ଯାହା ମାଧ୍ୟମରେ ଏହି ଇମେଲ ପଠାଯାଇଛି ତାହା ବିଦେଶରେ ରହିଛି ।

ଧମକ ମିଳିବା ପରେ ଦିଲ୍ଲୀବାସୀ ଚିନ୍ତିତ ହୋଇପଡ଼ିଥିବାରୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା କହିଛନ୍ତି ଯେ “ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ । ବର୍ତ୍ତମାନ ବିଦ୍ୟାଳୟ ବାହାରେ ପୁଲିସ ମୁତୟନ କରାଯାଇଛି । ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଯେ ବିଦ୍ୟାଳୟ ଏବଂ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନ ସହିତ ସହଯୋଗ କରନ୍ତୁ । ଡରନ୍ତୁ ନାହିଁ ।” ତେବେ ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ଇମେଲ ପଠାଇବା ପାଇଁ ବ୍ୟବହୃତ ଆଇପି ଠିକଣାର ସର୍ଭର ବିଦେଶରେ ଅବସ୍ଥିତ । ମୋଟ ଉପରେ, ନୋଏଡା, ଗାଜିଆବାଦ ଏବଂ ଦିଲ୍ଲୀ ପୁଲିସ ଏହି ମାମଲାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *