Pratidin TV

Odisha's Digital News Platform

କିଏ ଖେଳାଉଛି ବୋମା ଆତଙ୍କ ? ମଝି ଆକାଶରେ ୪୮ ଘଣ୍ଟାରେ ୧୨ ବିମାନକୁ ମିଳିଛି ବୋମା ଧମକ..

1 min read

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌।ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି 12ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା ପଶିଛି। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍‌ ବିମାନକୁ ଧମକ ଆସିଛି।

ବୋମା ଥିବା ସୂଚନା ମିଳିବା ପରେ ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମୋଟ୍‌ ୧୨ଟି ବିମାନକୁ ଏମିତି ବୋମା ଧମକ କଲ୍‌ ଆସିଲାଣି।ଏହାପୂର୍ବରୁ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ ସୋସିଆଲ ମିଡିଆ ଜରିଆରେ ଏକ ବୋମା ବିସ୍ଫୋରଣ ହେବାର ଆଶଙ୍କା ପରେ ଅହମ୍ମଦାବାଦକୁ ପଠାଯାଇଥିଲା। ପ୍ରାୟ ୨୦୦ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ଯାଉଥିବା ବିମାନ ମଙ୍ଗଳବାର ରାତିରେ ମୁମ୍ବାଇରୁ ଯାତ୍ରା କରିଥିଲା। ଏହି ଧମକକୁ ବୁଧବାର ଏକ ମିଛ ଗୁଜବ ବୋଲି ନିଶ୍ଚିତ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *