Pratidin TV

Odisha's Digital News Platform

ଟ୍ରେନରେ ବୋମା ଆତଙ୍କ , ଧମକ ପରେ ଅଧା ବାଟରେ ଅଟକିଲା ଟ୍ରେନ, ଯାତ୍ରୀ ଭୟଭୀତ ..

1 min read

ସ୍କୁଲ , ହସ୍ପିଟାଲ ବିମାନ ଓ ବିମାନବନ୍ଦର ପରେ ଏବେ ଟ୍ରେନକୁ ବୋମାର  ଉଡାଇଦେବାକୁ ଧମକ  । ଯାତ୍ରୀବାହୀ ଟ୍ରେନ ଭିତରେ ବୋମା ଥିବା ଧମକ ମିଳିଛି । ଯାହାପରେ ଟ୍ରେନ ରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଛନ୍ତି  ।  ଜମ୍ମୁ ତଓ୍ୱିରୁ ଅହମ୍ମଦାବାଦ ଯାଉଥିବା ଟ୍ରେନ୍‌ରେ ବୋମା ଥିବା ଧମକ ମିଳିଛି।

ଫଳରେ ଟ୍ରେନଟିକୁ  ଫିରୋଜପୁର ଷ୍ଟେସନରେ ଅଟକାଇ ଯାଞ୍ଚ କରାଯାଇଛି।କାସୁ ବେଗୁ ରେଲଓ୍ୱେ ଷ୍ଟେସନରେ ଟ୍ରେନ୍‌ର ତଲାସି କରାଯାଇଛି। ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି। ରେଲଓ୍ୱେ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ ଜମ୍ମୁ ତବିରୁ ଅହମ୍ମଦାବାଦ ଯାଉଥିବା ଏକ୍ସପ୍ରେସ ଟ୍ରେନ୍‌ ଆଜି ସକାଳୁ ଫିରୋଜପୁର ରେଲଓ୍ୱେ ଷ୍ଟେସନରୁ ଫରିଦକୋଟ୍‌ ରେଲଓ୍ୱେ ଷ୍ଟେସନ ଆଡକୁ ଯାତ୍ରା କରିଥିଲା। ତେବେ ଏତିକି ବେଳେ ଟ୍ରେନ୍‌ ବୋମା ଥିବା ସୂଚନା ମିଳିବା ପରେ ଏହାକୁ କାସୁ ବେଗୁ ରେଲଓ୍ୱେ ଷ୍ଟେସନରେ ଅଟକାଇ ଦିଆଯାଇଛି।

ଫିରୋଜପୁର କ୍ୟାଣ୍ଟ ରେଳ ଷ୍ଟେସନରୁ ବହୁ ସଂଖ୍ୟକ ଆମ୍ବୁଲାନ୍ସ ଏବଂ ମେଡିକାଲ ଦଳ ଡକାଯାଇଛି। ତେବେ ଦୁଇ ଘଣ୍ଟା ଧରି ଚେକିଂ ପରେ ବି ଟ୍ରେନରୁ ସେଭଳି କିଛି ସନ୍ଧିଗ୍ଧ ବିସ୍ଫୋରକ ଜିନିଷ ମିଳିନାହିଁ।ସୂଚନାଯୋଗ୍ୟ, ଚଳିତବର୍ଷ ମେ’ ୧ରେ ଦିଲ୍ଲୀ-ଏନସିଆରରେ ୧୫୦ରୁ ଅଧିକ ବିଦ୍ୟାଳୟକୁ ମେଲ ମାଧ୍ୟମରେ ବୋମାମାଡ଼ ଧମକ ଆସିଥିଲା। ଏହାପରେ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟାଳୟ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ ଡାକ୍ତରଖାନା ଗୁଡ଼ିକୁ ମଧ୍ୟ ମେଲ ଜରିଆରେ ସମାନ ଧମକ ଆସିଥିଲା। ଏହା ସହିତ ବିମାନ ଏବଂ ବିମାନ ବନ୍ଦର କୁ ମଧ୍ୟ ବୋମା ଧମକ ମିଳିଛି ।

Leave a Reply

Your email address will not be published. Required fields are marked *